ଜିସୁ ପାଁଚ୍ଅଜାର୍ ଲକ୍କେ କୁଆଇବାଟା
(ମାର୍କ ୬:୩୦-୪୪; ଲୁକ୍ ୯:୧୦-୧୭; ଜଅନ୍ ୬:୧-୧୪)
13ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ । 14ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
15ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, “ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।”
16ମାତର୍ ଜିସୁ ସେମନ୍କେ କଇଲା, “ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।”
17ସିସ୍ମନ୍ କଇଲାଇ, “ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।”
18ଜିସୁ କଇଲା, “ସେଟା ମର୍ଟାନେ ଦାରିଆସା ।” 19ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ । 20ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ । 21ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।


