ନିମାନ୍ ସିକିଆର୍ ମୁଲିଅ
1ଦାଉଦର୍ ପିଲା ଇସ୍ରାଏଲର୍ ରାଜା ସଲ୍ମନ୍ ରାଜାର୍ ନିମାନ୍ ସିକିଆ; 2ଗିଆନ୍ ଆରି ନିମାନ୍ ସିକିଆ ବୁଜ୍ବାକେ; ଗିଆନର୍ ବାକିଅ ଏତାଇବାକେ; 3ନିମାନ୍ ଚାଲିଚଲନ୍, ଦରମ୍ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍ ପାଲନ୍ କର୍ବାକେ ପାର୍ସି; 4ଦରମ୍ ଲକ୍ମନ୍କେ ଜାଗର୍ତା ଆରି ଦାଙ୍ଗ୍ଡା ଲକ୍କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ; 5ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି; 6ଆରି ଗଟେକ୍ ସିକିଆର୍ କାତା ଆରି ଉଦାଅରନର୍ କାତା ଆରି ଗିଆନିମନର୍ କାତା ଆରି ସେମନର୍ ମନ୍ ବିତ୍ରର୍ କାତା ବୁଜି ପାର୍ସା ।


