ଦାରି ମାଇଜି ଲଗେଅନି ସତର୍କ
1ଏ ମର୍ ପିଲା, ମର୍ କାତାସବୁ ପାଲନ୍ କର୍ ଆରି ମର୍ ଆଦେସ୍ ସବୁ ନିଜର୍ ମନ୍ ବିତ୍ରେ ମନେ ରକି ର। 2ମର୍ ଆଦେସ୍ ସବୁ ପାଲନ୍ କର୍, ତେବେ ତୁଇ ଜିଇସୁ ଆରି ନିଜର୍ ଆଁକି ପୁତ୍ଲା ପାରା ମର୍ ସିକିଆ ନାମ୍ । 3ତର୍ ସର୍ତେ ଆଙ୍ଗ୍ଟି ତେଇ ସେଟା ବାନ୍ଦ୍; ତର୍ ମନ୍ ବିତ୍ରର୍ ପାଟାଇ ସେଟାସବୁ ଲେକି ରକ୍ । 4ଗିଆନ୍କେ କୁଆ “ତୁଇ ମର୍ ବଇନି,” ଆରି ନିମାନ୍ ବାବ୍ନାକେ ତୁଇ ମର୍ ନିଜର୍ ଲକ୍ ବଲି କୁଆ । 5ତାର୍ପଚେ ସେମନ୍ ଅଲ୍ଗା ମାଇଁଜି ମନର୍ ତେଇଅନି, ଆରି ଚିକ୍ନିଆ କାତା କଇ ବୁଲ୍ବା ମାଇଁଜି ମନର୍ ତେଇଅନି ତମ୍କେ ରକିଆ କର୍ବାଇ । 6ମୁଇଁ ମର୍ ଗରର୍ ଜର୍କାର୍ ପାର୍ଦା ବାଟେ ଅନି ଦେକ୍ତେ ରଇଲି; 7ତାର୍ପଚେ ମୁଇଁ ଦେକ୍ଲି, ଗିଆନ୍ ନ ରଇଲା ଲକ୍ମନର୍ ବିତ୍ରେ ଆରି ଦାଙ୍ଗ୍ଡା ପିଲାମନର୍ ବିତ୍ରେ ଅନି ଗଟେକ୍ ବୁଦି ନ ରଇଲା ଦାଙ୍ଗ୍ଡା ପିଲାକେ ଦେକ୍ଲି 8ସାଇ ବିତ୍ରେ ଜାଉଁ ଜାଉଁ ସେ ମାଇଁଜିର୍ ଗର୍ ବାଟେ ଜିବାର୍ ଦାର୍ଲା। 9ସେଡ୍କିବେଲେ ଦିନ୍ ସାରି ସଞ୍ଜ୍ ଅଇ ମୁଁ ଚିନା ଚିନି ଅଇ ଆନ୍ଦାର୍ ଅଇ ଆଇତେ ରଇଲା । 10ସେଡ୍କି ବେଲେ ଗଟେକ୍ ମାଇଁଜି ତାର୍ ସଙ୍ଗେ ବେଟ୍ ଅଇବାକେ ଆଇଲା, ସେ ବେସିଆ ରୁପେ ରଇଲା ଆରି ତାର୍ ମନ୍ବିତ୍ରେ ବେସି ଚତୁର୍ ରଇଲା । 11ସେ ବେସି ଟଣ୍ଡାଇ ଆରି ମୁଲ୍କେ କାତା ନ ମାନେ, ସେ ଚନେକ୍ ମିସା ଗରେ ନ ରଏ । 12ସେ କେବେ କେବେ ବାଟ୍ ପାଲି ଜାଗି ରଇସି, କେବେ କେବେ ଡେଲାବାଟେ ରଇସି ଆରି କନାଡି ଜାଗାମନ୍କେ ଜାଗି ଲୁଚି ବସି ରଇସି । 13ସେ ମାଇଁଜି ତାକେ ଦାରି ଚୁମ୍ଲା, ଆରି ଲାଜ୍ ସରମ୍ ନଇତେ କଇଲା 14ମଙ୍ଗ୍ଲର୍ ବଲି ମର୍ ଲଗେ ଆଚେ; ମୁଇଁ ଆଜି ମର୍ ମାନତ୍ କରି ରଇଲାଟା ସିଦ୍ ଅଇଲା । 15ସେଟାର୍ପାଇଁ ତକେ ମୁଇଁ ବେଟ୍ ଅଇବାକେ କଜି କଜି ଆଇଲି ଆରି ତୁଇ ମକେ ବେଟ୍ ଅଇଲୁସ୍ । 16ମୁଇଁ ତିଆର୍ ପିଆର୍ ଅଇ ମିସରର୍ ଗଦି ଆରି କାବ୍ରା ଚିତ୍ରା ବସ୍ତର୍ ମର୍ କଟ୍ ତେଇ ଅଚାଇ ଆଚି । 17ଆରି, ବାସ୍ନା ଚିକନ୍, ଦୁପ୍ ଆରି ଦାରୁଚିନିରେ ମର୍ ଅଚନା ବାସ୍ନା କରି ଆଚି । 18ଆଉ, ଆମେ ସାକାଲ୍ ପାଇବା ଜାକ ମିଲାମିସା ଅଉଁ ଆରି ସାଇ ସାର୍ଦା ସଙ୍ଗେ ରାତି ବିତାଉଁ । 19କାଇକେବଇଲେ ମର୍ ମୁନୁସ୍ ଗରେ ନାଇଁ, ସେ ଦୁର୍ ଦେସେ ବୁଲ୍ବାକେ ଜାଇ ଆଚେ । 20ସେ ମୁନେକ୍ ଡାବୁ ଦାରି କରି ଗାଲା ଆଚେ, ସେ ପୁର୍ନିମା ଅଇଲେ ବାଉଡି ଆଇବାଇ । 21ଏ ରକାମ୍ ସୁଆଦ୍ ମୁଦୁର୍ କାତା କଇ ସେ ତାର୍ ମନ୍କେ ମୁଆଁଲା, ତାର୍ ଟଣ୍ଡର୍ ଚିକ୍ନା କାତା କଇ ତାକେ ପସାଇଲା । 22ଜେନ୍ତି ଗରୁ ମର୍ବାକେ ଜାଇସି ସେ ରକାମ୍ ସିକ୍ଲି ସେଙ୍ଗେ ବାନ୍ଦା ଅଇ ରଇବା ଲକ୍ ଦଣ୍ଡ୍ ପାଇବାକେ ଜାଇସି, ସେ ରକାମ୍ ସେ ଦାପ୍ରେ ତାର୍ ପଚେ ପଚେ ଗାଲା । 23ଆରି, ଜେନ୍ତିକି ଚଡଇ ପାନ୍ଦେ ଜିବନ୍ ଜାଇସି ବଲି ନାଜାନି ତେଇ ଲାଗ୍ବାକେ ଦାପ୍ରେ ଜାଇସି, ସେ ରକାମ୍ ସାରାସାରି ବେଲେ ତାର୍ କଲଜ୍ ଲଗେ କାଣ୍ଡ୍ ବିନ୍ଦ୍ଲା ପାରା ବୁସି ଅଇସି । 24ତେବେ ଏ ମର୍ ପିଲାମନ୍, ମର୍ କାତା ସୁନା ଆରି ମର୍ ଟଣ୍ଡର୍ କଇବା କାତାକେ ମନ୍ ଦିଆନ୍ ଦିଆସ୍ । 25ତମର୍ ମନ୍ ତାର୍ ବାଟେ ନ ଜାଅ, ତମେ ତାର୍ ବାଟେ ଜାଆ ନାଇଁ । 26କାଇକେବଇଲେ ସେ ବେସି ଲକ୍ମନ୍କେ ପାନ୍ଦେ ପସାଇ ଆଚେ, ଅଁ ତାର୍ ଲାଗି ବଲିକରି କେତେକ୍ ଲକ୍ମନ୍ ମରିଜାଇ ଆଚତ୍ ଏଜ୍ଲେ ଏଜି ନଏଁ । 27ତାର୍ ଗର୍ ପାତାଲେ ଜିବା ବାଟ୍, ଜନ୍ଟା କି ମରନର୍ ଗରେ ନେଇସି ।


