ପାଉଲ୍ ଜୁଆର୍ ଜାନାଇବାଟା
1ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
2ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା । 3ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା । 4ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା । 5ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ । 6ଏ ରମ୍ ଦେସର୍ ଲକ୍ ! ତମେମିସା ଜିସୁକିରିସ୍ଟର୍ ସିସ୍ ଅଇବାକେ ବାଚାଇ ଅଇଆଚାସ୍ ।
7ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ ।
ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।


