ବାଇକେ ନସ୍ଟ ଅଇବାକେ ନ ଦିଆସ୍
13ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ । 14ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ । 15ତମେ କାଇ କାଦି ମିସା କାଇଲାର୍ପାଇବଲି ଜଦି ତମର୍ ଗଟେକ୍ ବାଇକେ ଦୁକ୍ କରାଇସା, ସେନ୍ତାର୍ଆଲେ ତାର୍ପାଇ ତମର୍ କାଇ ଆଲାଦ୍ ନାଇ ପାରା ଆଚେ । ତମର୍ କାଇବା କାଦିର୍ଲାଗି ଆରିଗଟେକ୍ ଲକ୍ ମନ୍ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍ ସଙ୍ଗର୍ ବିସ୍ବାସି । ଆରି ତାର୍ ଜାଗାଇମିସା କିରିସ୍ଟ ମଲାଆଚେ । 16ଜଦି ଆରି କନ୍ ରକାମ୍ ଚଲାଚଲ୍ତି ପର୍ମେସରର୍ ମନ୍କେ ଜାଏ ନାଇ ବଲି କେତେଟା ବିସ୍ବାସି ବାବ୍ବାଇ, ମାତର୍ ସେଟା ବଲ୍ ବଲି ତମେ ବାବ୍ସା ବଇଲେ ସେଟା କରା ନାଇ । ସେନ୍ତାର୍ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍ । 17ପରମେସରର୍ ରାଇଜର୍ ସାସନ୍ ଅବ୍କା ନ କାଇବା କାଦିପିଦିର୍ ନିଅମର୍ପାଇ ନାଇ । ମାତର୍ ତାର୍ ମୁଆଟେ ଦରମ୍ ବଲାଇଅଇବାଟା, ବିନ୍ ଲକ୍ମନର୍ ସଙ୍ଗ୍ ମିସି ସୁକ୍ସାନ୍ତିସଙ୍ଗ୍ ରଇବାଟା, ଆରି ସୁକଲ୍ଆତ୍ମା ଦେଇରଇବା ସାର୍ଦା ବିସଇ ଆଚେ । 18ଆମେ କିରିସ୍ଟକେ ଏ ରକାମ୍ ନାମ୍ଲେ, ପର୍ମେସର୍କେ ସାର୍ଦା କରାଇବୁ ଆରି ବିନ୍ ଲକ୍ମନ୍କେ ନାମାଇବୁ ।
19ସେଟାର୍ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍ତି କରୁ, ଜେନ୍ତାରିକି ଆମର୍ ଆମର୍ ବିତ୍ରେ ସୁକ୍ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍ ବିସ୍ବାସ୍ ଡାଟ୍ ରଇସି । 20ଜନ୍ କାଦି କାଇବାକେ ବିନ୍ ଲକର୍ ମନ୍ନାଇ, ସେ କାଦି କାଇକରି, ପର୍ମେସରର୍ କାମ୍ ନସାଆ ନାଇ । ଜନ୍ ରକାମ୍ କାଦିମିସା କାଇଅଇସି । ମାତର୍ ତମେ କାଇଲାର୍ପାଇ ବିନ୍ ଲକ୍ମନ୍କେ ପାପ୍ବାଟେ ଡାକିନେଲେ, ସେଟା ବୁଲ୍ । 21ବିନ୍ ଲକ୍ମନ୍ ନିଚ୍ବା କାଦି ଆମେ କାଇବାର୍ ନାଇ । କି ମଦ୍ କାଇବାର୍ ନାଇ । ଆମର୍ ବିତ୍ରେ ରଇବା ଗଟେକ୍ ବାଇ କି ବଇନିକେ ପାପ୍ବାଟେ ଜିବା ବିସଇ ନ କରୁ । 22ଏ ବିସଇନେଇ ତମେ କାଇଟା ବିସ୍ବାସ୍ କଲାସ୍ନି ସେଟା ପରମେସରର୍ ଆରି ତମର୍ ବିତ୍ରେ ରଅ । ଜନ୍ ଲକ୍ମନ୍ ନିଜର୍ ଚଲାଚଲ୍ତିର୍ପାଇ ନିଜର୍ ବିବେକ୍ ସେମନ୍କେ ଦସ୍ ନ ଦାରେ, ସେ କେଡେକ୍ କରମର୍ ଲକ୍ । 23ଜଦି ଗଟେକ୍ ଲକ୍ ତାର୍ କାଇବାଟା ଟିକ୍ କି ନାଇ ବଲି ବାବ୍ଲାନି, ଆରି ମନ୍କେ ନ ଲାଗ୍ବା କାଦି କାଇସି, ସେନ୍ତାର୍ଆଲେ ସେ, ପର୍ମେସରର୍ ବିରୁଦେ ପାପ୍କଲାନି । କାଇକେବଇଲେ ସେ ନିଜର୍ ବିବେକ୍କେ ମାନେନାଇ । ଜନ୍ଟା ନିକ ନଏଁ ବଲି ଆମେ ବିସ୍ବାସ୍ କଲୁନି, ଆରି ସେଟାସେ କରିଆଇଲୁନି, ସେନ୍ତାର୍ଆଲେ ଆମେ ପାପ୍କଲୁନି ।


