ପାର୍ତନା ଆରି ସାର୍ଦାସଙ୍ଗ୍ ଏ ଚିଟି ସାର୍ଲାଟା
25ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ । 26ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ ।
27ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍ !


