Select a Verse
ଇସ୍ରାଏଲ୍ନେ ଉଦାର୍
1ଆତେନ୍ ଦିନ୍ ସଦାପ୍ରବୁ ନିଜର୍ନେ ଡିଗ୍କ୍ନେ ମ୍ନାନେ ବାରି ଡାଟ୍ କାଣ୍ଡା ବାନ୍ ଜାବର୍ ୱିର୍ନେ ବୁବ ଲିବିୟାଥନକେ ବାରି ଆଙ୍କ୍ ଆନ୍ତ୍ ୱେନେ ବୁବଃ ଲିବୀୟାଥନକେ ଡଣ୍ଡ୍ ବିଃଏ । ବାରି ମେଁ କେଣ୍ଡ୍ୟାଃନେ ସାପାବାନ୍ ମ୍ନା ଜନ୍ତୁକେ ନସ୍ଟ ଆଡିଙ୍ଗ୍ଏ ।
2ଆତେନ୍ ଦିନ୍ ରେମୁଆଁ ମୁଇଂ ଅଙ୍ଗୁର୍ ଲିଜ ଉଦେସ୍ରେ ଅସ୍ମାର୍ ସାର୍ଆର୍ଏ ।
3ନେଙ୍ଗ୍ ସଦାପ୍ରବୁ ଆତାନ୍ ସାରି ଡୁଗ୍ଡିକେ ରକ୍ୟା ଡିଙ୍ଗ୍ଏ । ଟିକ୍ ବେଲା ଆତ୍ଡାଗ୍ରା ଣ୍ଡିଆ ଆଃଜାର୍ ମ୍ୱିଏ । ସ୍ମିମିଡିଗ୍ ଆମେକେ ଉର୍ ନ୍ଲେଃଏ ଡିରକମ୍ ଜାଣ୍ଡେ ମେଁନେ ମେଃଡିଗ୍ କ୍ୟାତି ଆଡିଙ୍ଗ୍ ଆର୍ ଣ୍ଡୁ ।
4ନେଙ୍ଗ୍ ଡାଗ୍ରା ରିସା ଣ୍ଡୁ । ଜଦି ଜୁଦ୍ ଡିଙ୍ଗ୍ଏ ବାରି ଜାଣ୍ଡେ ମୁଇଂଜା ଗ୍ରେଃନେ ତୁରାଃ ବିଃଏ, ନେ ଆକ୍ରମନ୍ ନେଡିଙ୍ଗ୍ଏ ବାରି ବାନେଜଗ୍ତ୍ଲିଗ୍ଏ ।
5ଜଦି ଜାଣ୍ଡେ ସୁବିଦା ନ୍ସା ନେଙ୍ଗ୍ ଏତେ ସାନ୍ତି ତିଆର୍ ଡିଙ୍ଗ୍ଏ, ତେଲା ମେଁ ସାନ୍ତି ତିଆର୍ ଡିଙ୍ଗ୍ଲ୍ଲେ ।
6ବବିସତ୍ ବେଲା ଯାକୁବ ଡାଟାମ୍ ବାବ୍ରେ ସାଃଏ । ଆରି ଇସ୍ରାଏଲ୍ ସାରି ରକମ୍ ସାରିଏ ଆରି ମେଇଂ ଦର୍ତନିକେ ଚୁଚୁ ଏଃତେ ବର୍ତି ଆଃଡିଙ୍ଗ୍ଆର୍ଏ ।
7ମେଁନେ ରେମୁଆଁ ବାଗୁଏଃଣ୍ଡ୍ରେକେ ମେଁ ଡିରକମ୍ ବାଗୁଏକେ, ଦେତ୍ରକମ୍ ମେଁ ମେଁନି ଆମେକେ ବାଗୁଏ ? ବାରି ମେଁ ବାନ୍ ଗୁଏଲେକ୍ନେ ରେମୁଆଁଇଂନେ ରକମ୍ ମେଁ ମେଁନି ଗୁଏ ଲେଃକେ ?
8ନା ଆମେକେ ଆତାର୍ନେ ବେଲା ପରିତ୍ରାନ୍ ରେ ମେଁ ଏତେ ନାୱିଙ୍ଗ୍ୟାଃକେ; ମେଁ ସିସେବାନ୍ ପାଙ୍ଗ୍ଡିଙ୍ଗ୍କ୍ନେ ସକ୍ତିଶାଲି ୱେଡ଼୍ୟାଃବାନ୍ ଆମେକେ ଆୱାଲେ ନାବକେ ।
9ତେସା ଦେକ୍ରକମ୍ ବାବ୍ରେ ଯାକୁବନେ ଦସ୍ ପର୍ଚଲ୍ ଡିଙ୍ଗ୍ଏ ବାରି ମେଁନେ ପାପ୍ ସ୍ଲ ଡିଙ୍ଗ୍ଏ । ମେଁ ପୁଜା ବେଦିନେ ବ୍ରି ସାପା ଦଂସ ଡିଙ୍ଗ୍ଏ ବାରି ଆତାନ୍ ଆଶେରା ମୁର୍ତି ବାରି ସ୍ନି ମୁର୍ତି ସାପା ଆତଡ଼୍ୟାଃ ଣ୍ଡୁ ।
10ଆତେନ୍ ଦିନ୍ ମ୍ନା ଇନି କଣ୍ଡା ଆଣ୍ଡେଙ୍ଗ୍ ସୁନ୍ସାନ୍ ଡିଙ୍ଗ୍ଏ । ଏନ୍ ମୁଇଂ ରେମୁଆଁଗଣ୍ଡ୍ ଣ୍ଡୁନେ ଜାଗା ରକମ୍ ଡିଙ୍ଗ୍ଏ । ସୁନ୍ସାନ୍ ଡିଂଏ ବାରି ରେମୁଆଁଗଣ୍ଡ୍ ଆଲେଃକ୍ନେ ବାସାନେ ଜାଗା ଡିଙ୍ଗ୍ଏ । ଆତାନ୍ ଜାଗାନ୍ୟା ଉଂତ୍ୟା ଚଙ୍ଗାଃଏ ବାରି ଡୁଲେଗ୍ଆର୍ଏ ବାରି ଅଙ୍ଗୁର୍ନେ କେନ୍ଦା ପାକ୍ଚି ଚଙ୍ଗ୍ଆର୍ଏ ।
11ଅଙ୍ଗୁର୍ ସ୍ଲାଃନ୍ୟା କେନ୍ଦା ନ୍ସୁଆର୍ ୱେଲା ପାକ୍ଚିୱେଏ । ସେଲାମ୍ବୁଏଃ ଇଂ ଆମେକେ ସୁଆ ଆଃଡୁଆ ନ୍ସା ବେବଆର୍ ଡିଙ୍ଗ୍ଆର୍ଏ । ଡାଗ୍ଲା ରେମୁଆଁଇଂକେ ବୁଦି ଣ୍ଡୁ । ପର୍ମେସର୍ ଜାଣ୍ଡେ କି ମେଇଂନେ ସୃଷ୍ଟିକର୍ତା ମେଇଂନେ ଆଡ଼ାତ୍ରା ଲିବିସ ଆଡିଙ୍ଗ୍ ଣ୍ଡୁ । ଆମେଇଂକେ ତିଆର୍ ଡିଙ୍ଗ୍ଲା ଡିଗ୍ ମେଇଂନେ ଆଡ଼ାତ୍ରା ଦୟା ଆରାସୁଏ ଣ୍ଡୁ ।
12ଆତେନ୍ ଦିନ୍ ସଦାପ୍ରବୁ କିଆନେ ଚପାକେ ଡିରକମ୍ ପରାତ୍ ଲଣ୍ଡିଆଃବାନ୍ ଆରାମ୍ ଡିଙ୍ଗ୍ଚେ ମିସର୍ ଦେଶ୍ନେ ଲଣ୍ଡିଆଃ ଜାକ ଡୁଙ୍ଗ୍ଡ୍ୟାଃ ଡୁଙ୍ଗ୍ପାଙ୍ଗ୍ଏ । ଦେତ୍ରକମ୍ ଅ ଇସ୍ରାଏଲ୍ନେ ଗଡ଼େଇଂ, ପେଇଂ ମୁଇଂ ମୁଇଂ ଡିଙ୍ଗ୍ଚେ ମୁଇଂଡାଗ୍ରା ପେରିସିଙ୍ଗ୍ଏ ।
13ବାରି ଆତେନ୍ ଦିନ୍ ମୁଇଂ ମ୍ନାନେ ପ୍ନିଃ ନ୍ନାଙ୍ଗ୍ଏ । ଅଶୂର ଦେସ୍ନ୍ୟା ବଃ ୱେକ୍ନେ ରେମୁଆଁ ବାରି ମିସର୍କେ ଲାଗ୍ଡ ଲାଏଃକ୍ନେ ରେମୁଆଁଇଂ ଆତେନ୍ ଦିନ୍ ପାଙ୍ଗ୍ଆର୍ଏ । ଯିରୂଶାଲମନେ ପବିତ୍ର କଣ୍ଡାନ୍ୟା ମେଇଂ ସଦାପ୍ରବୁକେ ସାର୍ଲ ନ୍ସା ମୁଇଂଡାଗ୍ରା ଡିଙ୍ଗ୍ଆର୍ଏ ।


