Select a Verse
ସତ୍ ଉପାସ୍
1ନିମାଣ୍ଡାଃ ବାବ୍ରେ ବାସଙ୍ଗ୍, ସର୍ ଉନା ଆରାଃଡିଂଗେ, ପ୍ନିଃ ରକମ୍ ନିଜର୍ ସର୍ ଆଃତଃଡ଼୍ୟାଃ, ନେ ରେମୁଆଁଇଂକେ ମେଇଂନେ ଅଦରମ୍ ଆରି ଯାକୁବ୍ ବଂସକେ ମେଇଂନେ ପାପ୍ ସାପା ଆଃମ୍ୟାଃ । 2ଏଲେଡିଗ୍ ମେଇଂ କାଲାଆଃ ଆନେକେ ତୁର୍ମ୍ୟାଃଆର୍କେ ଆରି ନେନେ ଗାଲି ବିସଏରେ ମ୍ୟାଃନ୍ସାଃ ଇକ୍ଚା ଡିଂମ୍ୟାଃଆର୍କେ; ମୁଃଡ଼ି ଜାତିନେ ରେମୁଆଁଇଂ ଦରମ୍କରମ୍ ଡିଂମ୍ୟାଃଆର୍କେ ଆରି ନିଜର୍ ପର୍ମେସର୍ନେ ନିଅମ୍ ଆନ୍ତାର୍ ଆବଆର୍କେ ଣ୍ଡୁ, ମେଇଂ ରକମ୍ ମେଇଂ ଦର୍ମ କର୍ମ ସାମୁଆଁ ସାପା ଆନେକେ ସାଲ୍ୟାଃକୁମ୍ୟାଃଆର୍କେ ଆରି ପର୍ମେସର୍ନେ ଡାଗ୍ରା ପାଙ୍ଗ୍ନ୍ସାଃ ଇକ୍ଚା ଡିଂମ୍ୟାଃଆର୍କେ । 3ମେଇଂ ବାସଙ୍ଗ୍ମ୍ୟାଃଆର୍କେ, ନେ ମେଃନ୍ସାଃ ଉପାସ୍ ଡିଂନେଃଡିଂକେ ଆରି ନା କିକେ ନାଡିଂକେ ଣ୍ଡୁ ? ନେ ମେଃନ୍ସାଃ ନିଜର୍ ନିଜର୍ ପାରାନ୍କେ କସ୍ଟ ବିଃନେବକେ ଆରି ନା ଦିଆନ୍ ବିଃନାଡିଂକେ ଣ୍ଡୁ ? କେଲାପା, ପେ ଉପାସ୍ କାଲା ନିଜର୍ ସୁକ୍ ଚେସ୍ଟା ଡିଂପେଡିଂକେ ଆରି ରାଃଚେଃ ସାପା କସ୍ଟ କାମ୍ ରାଙ୍ଗ୍ଡପେଡିଂକେ । 4କେଲାପା, ପେ ଜୁକ୍ତାଜୁକ୍ତି ଆରି ୱିଙ୍ଗ୍ଆଃ ନ୍ସାଃ, ଆରି ଦୁସ୍ଟ ରେମୁଆଁ ରକମ୍ ମୁଟା ଏଃତେ ବଗ୍ନ୍ସାଃ ଉପାସ୍ ଡିଂନାଡିଂକେ; ପେନେ ସାମୁଆଁ ଆଡ଼ାତ୍ରା ଡିରକମ୍ ନ୍ନାଙ୍ଗ୍ସାଏ, ଦେକ୍ରକମ୍ ଉପାସ୍ ଏଃକେ ପେ ଡିଂପେଡିଂକେ ଣ୍ଡୁ । 5ଦେକ୍ରକମ୍ ଉପାସ୍, ରେମୁଆଁ ନିଜର୍ ଜିବନ୍କେ କସ୍ଟ ବିଃନ୍ସାଃ ଦେକ୍ରକମ୍ ଦିନ୍, ନେ ମେଃନେ ସ୍ରି ନେବକେ ? ଣ୍ଡିଆଃନିଆ ଲାଏଃକ୍ନେ ଚେଃମୁଆଁ ରକମ୍ ବାଆଃ ବ୍ରିଙ୍ଗ୍ନେ, ବାରି ଡାଆଁ ସକାପାଟାଇ ଆରି ଉକ୍ସ ନିଜର୍ ଆଲ ବିଗ୍ନେ, ଆକେନ୍କେ ପେ ଉପାସ୍ ଆରି ମାପ୍ରୁନେ ମ୍ନିରେ କି ଗ୍ରଅନ୍ ଡିଂଡିଂକ୍ନେ ଦିନ୍ ଡାଗ୍ଚେଃ ପେବାସଙ୍ଗ୍ଏ ? 6ଆଣ୍ଡିନେ ଉପାସ୍ ବାନ୍ ନିଂ ଇକ୍ଚା ଡିଂଣ୍ଡିଂକେ, ଆତେନ୍ ମେଃନେ ଆକେନ୍ ଣ୍ଡୁ କି, ଅନ୍ୟାୟ୍ବାନ୍ ଆଃରେବ୍ନ ଦାସ୍ଇଂ, ଆରି ତାଙ୍ଗ୍କିଗ୍ଅରିଆ ଡୁଲେଗ୍ଣ୍ଡ୍ରେନେ ଦାମୁଆଁ ତେକ୍ଚିଚେଃ ଆମେଇଂକେ ଆଃଆନ୍ତାର୍ନେ, ଆରି, ସାପା ଦାମୁଆଁକେ ଗନ୍ଦା ଗନ୍ଦା ଆଃଡିଂବିଃନେ ? 7କିଡ଼େସଃ ରେମୁଆଁକେ ପେନେ କାଦି ବାଟାନେ, ଆରି ମାଡ୍ ଚଙ୍ଗ୍କ୍ନେ ଦୁକ୍ ରେମୁଆଁକେ ନିଜର୍ ଡୁଆ ରାଙ୍ଗ୍ୱିଗ୍ନେ, ପେ ନାଙ୍ଗ୍ଲା ରେମୁଆଁକେ ପେକେଲା, ଆମେକେ ସକାପାଟାଇ ଆଃସଃନେ ଆରି ପେନେ ନିଜର୍ ବଂସନେ ରେମୁଆଁବାନ୍ ନିଜ୍କେ ମାବୁଃଡ଼ିନେ, ଦେକ୍ରକମ୍ ଉପାସ୍ ନେ କି ସ୍ରି ନେବକେ ଣ୍ଡୁ ? 8ଆକେନ୍ ପେଡିଂଲା, ସ୍ନି ରକମ୍ ପେନେ ତାର୍କିଗ୍ ତ୍ନା ଆରି ନା ଦାପ୍ରେ ରଗ୍ବାନ୍ ନିମାଣ୍ଡାଃ ନାଡିଂଏ; ବାରି, ନାଁନେ ଦର୍ମ ନାଁନେ ସିସେ ସିସେ ଅଲେଙ୍ଗ୍ଏ; ମାପ୍ରୁନେ ତାର୍କିଗ୍ ନାଁନେ ପ୍ଲାଃ ପ୍ଲାଃ ରକ୍ୟା ଡିଂଡିଂଚେଃ ଅଲେଙ୍ଗ୍ଏ । 9ଅଃତେନ୍ବେଲା ନାଁ ନାୱାଏ ଆରି ସଦାପ୍ରବୁ ଉତର୍ ବିଃଏ; ନାଁ ଜାବର୍ ଅଃଚେ ନାୱାଏ, ଆରି ମେଁ ବାସଙ୍ଗ୍ଏ, ନେ ପିଙ୍ଗ୍ଚାଃ ନେଲାଏଃକେ । ଅଃନା ନାଁ ନିଜର୍ ବିତ୍ରେବାନ୍ ଦାମୁଆଁ, ନ୍ତି ଲିଗ୍ନେ ଆରି କାରାପ୍ ସାମୁଆଁ ବାସଙ୍ଗ୍ନେ ଆନ୍ତାର୍ ନାବିଃଏ; 10ବାରି, ଅଃନା କିଡ଼େସଃକ୍ନେ ରେମୁଆଁ ଆଡ଼ାତ୍ରା ନାଁନେ ଜିବନ୍ ଲିବିସଃଏ ଆରି ନାଁ ଦୁକ୍ ରେମୁଆଁନେ ଜିବନ୍କେ ସାନ୍ତି ନାରାଃଡିଂଏ, ତେଲା ତାଙ୍ଗ୍କିଗ୍ଅରିଆ ନାଁନେ ତାର୍କିଗ୍ ତାର୍ଏ ଆରି ନାଁନେ ତାଙ୍ଗ୍କିଗ୍ ସ୍ମି ସମାନ୍ ଡିଂଏ; 11ଆରି, ସଦାପ୍ରବୁ କାଲାଆଃ ଆନାକେ ଗାଲି ଆଃଅଲେଙ୍ଗ୍ଏ ଆରି ବାଲିଲ ନିଆ ନାନେ ଜିବନ୍କେ ରକ୍ୟା ଡିଂଏ ଆରି ନାଁନେ ଞ୍ଚିୟା ସାପାକେ ବପୁ ଆଃଡିଂଏ; ତେଲା ନାଁ ଣ୍ଡିଆଃ ତେଃକ୍ନେ ସାରି ଡୁଗ୍ଡି ରକମ୍ ଆରି ଣ୍ଡିଆଃ ଅବାବ୍ ଆଲେଃକ୍ନେ ଜର୍ନାଡ଼୍ୟାଃ ରକମ୍ ନାଡିଂଏ । 12ବାରି, ନାଁନେ ବଂସନେ ରେମୁଆଁଇଂ ବାୱିର୍ନେ ବିନାସ୍ ଡିଂକ୍ନେ ଜାଗା ସାପା ବାର୍ମୁଇଂତର୍ ଆଃରେଆର୍ଏ; ପେ ଅଃସେ କାଲ୍ନେ ଗୁଲୁଏ ପାଣ୍ଡୁସନ୍ ଆଡ଼ାତ୍ରା ନାଗାଗ୍ଏ; ବାରି, ପାକ୍ଚିଃ ଲାଏଃକ୍ନେ କାନ୍ତି ଆଃରେଣ୍ଡ୍ରେ ଆରି ବାସା ନ୍ସାଃ ବାର୍ମୁଇଂତର୍ ଗାଲି ଆଃରେଣ୍ଡ୍ରେ ଡାଗ୍ଚେଃ ଉଡ୍ରା ଡିଂଏ ।
ବିଶ୍ରାମ୍ ଦିନ୍ ନିଅମ୍ ମାନେଃନେ ପୁରୁସ୍କାର୍
13ନାଁ ଅଃନା ପୁଣ୍ଡେନେ ଦିନ୍ ଅମାନିବାନ୍, ନେନେ ପବିତ୍ର ଦିନା ନିଜର୍ ଇକ୍ଚାନେ ଚେସ୍ଟାବାନ୍ ନିଜର୍ ଞ୍ଚ ନାରାଃଆଣ୍ଡେଏ; ବାରି, ପୁଣ୍ଡେନେ ଦିନ୍କେ ସୁକ୍ ବିଃନେ ଆରି ସଦାପ୍ରବୁନେ ପବିତ୍ର ଦିନ୍କେ ନିମାଣ୍ଡାଃ ବାବ୍ରେ ପାଲନ୍ ଡିଙ୍ଗ୍ପା; ଆରି, ନିଜର୍ କାମ୍ ମାଡିଂଚେଃ ଣ୍ଡୁଲା ନିଜର୍ ଇକ୍ଚାନେ ଚେସ୍ଟା ମାଡିଂଚେଃ ଣ୍ଡୁଲା ନିଜର୍ ସାମୁଆଁ ମାବାସଙ୍ଗ୍ଚେଃ ଆମେକେ ଆଲାଦ୍ ନାଡିଂଏ; 14ତେଲା ନାଁ ସଦାପ୍ରବୁ ଡାଗ୍ରା ସାର୍ଦା ନାଡିଂଏ; ବାରି, ନେ ଆନାକେ ମଞ୍ଚ୍ପୁର୍ନେ ତିଆର୍ ଜାଗାଅରିଆ ଡୁଙ୍ଗ୍ୱେଏ; ଆରି, ପେମ୍ବା ଯାକୁବନେ ଅଦିକାର୍ ଆନାକେ ନେବିଃଏ; ମେଃଡାଗ୍ଲା ସଦାପ୍ରବୁନେ ତୁମୁଁଆଃ ଆକେନ୍ ବାସଙ୍ଗ୍ବକେ ।


