Select a Verse
1ଆରି, ତମେ ଦାଙ୍ଗ୍ଡା ବେଲେ ଅନି ତମ୍କେ ଗଡ୍ଲା ମାପ୍ରୁକେ ଏତାଆ; କାଇକେବଇଲେ ବଏଁକାର୍ ଦିନ୍ ଆଇଲାନି, ଜନ୍ ବର୍ସେ ତମେ କଇସା, ଏ ବର୍ସେ ମର୍ କିଚି ସୁକ୍ ନାଇଁ ବଲିକରି ସେ ସବୁଜାକ ବରସ୍ ଲଗେ କେଟି ଆଇଲାନି । 2ସେ ସମଏଁ ଆରି ବେଲ୍ ନ ଉଦେ ଆରି ଜନ୍ ଉଜଲ୍ ନଦେଏ, ତାରାମନ୍ ମିସା ଉଜଲ୍ ନ ଦେଅତ୍, ଆରି ପାନି ମାରି ସାର୍ଲା ପଚେ ଆରି ତରେକ୍ ମେଗ୍ ଉଟାଇସି; 3ସେ ଦିନ୍ ଆଇଲେ ବଡ୍ବଡ୍ ସାଲାପ୍ଗର୍ ବାନ୍ଦୁମନ୍ ଏନେତେନେ ପାଲାଇ ବୁଲ୍ବାଇ ଆରି ବପୁ ରଇବା ଲକ୍ମନ୍ ସବୁ ମୁଣ୍ଡ୍ ଲୁଆଁଇ ଦେବାଇ ଆରି ଗର୍ବା ଲକ୍ମନ୍ ଉନା ଅଇବାକେ କାମ୍ ମିସା ଉନା ଅଇସି, ଆରି ଜର୍କା ବାଟେ ଏରିଏରି ଦେକ୍ବା ମାଇଁଜି ଟକିମନ୍ ବାଟ୍ ବାନା ଅଇଜାଇସି 4ଇଣ୍ଡି ଜିବାବାଟର୍ ବାଟ୍ ବନ୍ଦ୍ ଅଇଜାଇସି, ସେ ସମଏଁ ଗର୍ବାଟା ବାଜ୍ବାଟା ଉନା ଅଇଜାଇସି, ଆରି ଚଡଇମନର୍ ସବଦ୍ ସୁନ୍ବାକେ ଲକ୍ମନ୍ ଜାଗିକରି ରଇବାଇ ନାଟ୍ଗିତ୍ କର୍ବା ମାଇଜିମନ୍ କୁରୁପ୍ନାସ୍ ଅଇଜିବାଇ; 5ଆରି, ସେମନ୍ ଉଚା ଜାଗାଇ ଜିବାକେ ଡର୍ବାଇ, ଆରି ବାଟ୍ବାଟେ ଇଣ୍ଡ୍ବାକେ ଡର୍ବାଇ; ଆରି ବାଦାମ୍ ଗଚ୍ ବଡ୍ସି ଆରି ଚିଟ୍କା ନିଜର୍ ବଜ୍ ବେସି ବଜ୍ ଲାଗ୍ସି; ଆରି ତମର୍ ମନ୍ ପୁରା ଅଇଜାଇସି; କାଇକେବଇଲେ ଲକ୍ମନ୍ ନିଜର୍ ସବୁଦିନ୍ ରଇବା ଜାଗାଇ ଜିବାଇ ଆରି ଦୁକର୍ ଲକ୍ମନ୍ ବାଟେ ଗାଟେ କାନ୍ଦିକାନ୍ଦି କରି ବୁଲ୍ବାଇ; 6ସେ ସମଏଁ ରୁପାର୍ ମାଲି ଉଲ୍ଙ୍ଗା ଅଇଜାଇସି, ସୁନାର୍ ଗିନା ନସ୍ଟ ଅଇଜାଇସି, ମାଟିଆଣ୍ଡି ପାନି ଲଗେ ବଁଅଁଲି ଜାଇସି ଆରି କୁଇଁକାଲର୍ ପିଣ୍ଡିଲି ବସ୍ଲି ଜାଇସି; 7ଆରି ଆମର୍ ଗାଗଡ୍ ଆଗର୍ ପାରାସେ ଦୁଲି ଲଗେ ମିସି ଜାଇସି ଆରି ଆତ୍ମା ଦାତା ପର୍ମେସରର୍ ଲଗେ ଜିବନ୍ ବାଉଡି ଜାଇସି। 8ସିକିଆ ଦେଉ କଇଲାନି, ସବୁଜାକ ବେକାର୍ସେ, ସବୁଜାକ ବେକାର୍ସେ।
ସାରା ସାରିର୍ କାତା
9ଆରି, ସିକାଉ ଗିଆନି ଅଇବାକେ ଲକ୍ମନ୍କେ ସବୁବେଲେ ସିକିଆ ଦେଲାନି; ଆରି ସେ ଆଲ୍ଚନା ଆରି କଜିକରି ବେସି ଆଦେସ୍କେ ସଜାଇକରି ସଙ୍ଗଇଲା। 10ଉପଦେସକ ଅଇଲାନି ମନ୍କେ ଗାଲାପାରା ବାକିଅ ଆରି ଲକ୍ମନ୍ ବୁଜ୍ଲା ପାରା ଲେକାଗାଲା ଆଚେ, ସେ ସତ୍ ବାଟ୍ କଜ୍ବାକେ ଚେସ୍ଟା କଲାଇ। 11ଗିଆନି ମନର୍ ବାକିଅ ଗଜିଆ ଡାଙ୍ଗ୍ପାରା ଆରି ମୁକିଆମନର୍ ବାକିଅ କତିଲଗେ ମାରି ରଇବା ଲୁଆର୍ କୁଟି ପାରା, ଗଟେକ୍ ମେଣ୍ଡା ଚାରାଉ ତିଆର୍ କଲା ଆଚେ। 12ଆରି, ଏ ମର୍ ପିଲାମନ୍, ତମେ ମୁଇଁ କଇବା ସିକିଆକେ ମାନା; ଅନେକ୍ ବଇ ଲେକାଗାଲା ଆଚେ ଲେକ୍ବାର୍ ସାରେ ନାଇଁ; ଆରି ବେସି କାମ୍ ଅବିଆସ୍ କଲେ ଗାଗଡର୍ ପାଇଁ ଦୁକ୍ । 13ସାରା ସାରି କାତା ଅଇଲାନି ଏଟାମନ୍, ସବୁଜାନାଇ ଦିଆଜାଇ ଆଚେ; ପର୍ମେସର୍କେ ଡରିକରି ରୁଆ ଆରି ତାର୍ ସବୁ କାତାକେ ମାନିକରି ପାଲନ୍ କରା; କାଇକେବଇଲେ ଏଟା ଆକା ଲକ୍ମନର୍ ସବୁ ଦରମର୍ କାମ୍ । 14ଜେନ୍ତିକି ପର୍ମେସର୍ ସବୁଜାକ କରି ରଇବା କାମ୍, ବଲ୍କି ମନ୍ଦ୍ ସବୁଜାକ ମନର୍ ବିସଇକେ ବିଚାରେ ଆନ୍ସି ।


