Select a Verse
ମିସର୍ ଆରି କୁସ୍ ଦେସର୍ ପାଇଁ ବବିସତ୍ କାତା
1ଅସୁରର୍ ରାଜା ସର୍ଗନ୍ ତାର୍ ସନିଅ ତର୍ତନ୍କେ ଆସ୍ଦଦ୍ ବିରୁଦେ ଜୁଇଦ୍ କର୍ବାକେ ପାଟାଇଲା ଆରି ସେ ଜୁଇଦ୍ କରି ସେମନ୍କେ ଆରାଇଲା । 2ସେ ବେଲେ ଆମସର୍ ପିଲା ଜିସାଇର୍ ଲାଗି ସବୁବେଲର୍ ମାପ୍ରୁ ଏ କାତା କଇଲା, ଜାଆ, ତମର୍ ଗାଗ୍ଡର୍ ବାସ୍ତା ବସ୍ତର୍ ବେଟି ଦିଆସ୍ ଆରି ତମର୍ ପାଦର୍ ପାଣ୍ଡଇ ବେଟା, ତାର୍ପଚେ ସେ ସେଟାକରି ଡୁମ୍ଣ୍ଡା ଅଇକରି ଚୁଚା ଗଡେ ବୁଲ୍ବାର୍ ଦାର୍ଲା । 3ସେଡ୍କିବେଲେ ସବୁବେଲର୍ ମାପ୍ରୁ କଇଲା, ମର୍ ଦାସ୍ ଜିସାଇଅ ମିସରର୍ ଆରି କୁସ୍ଦେସର୍ ଲାଗି ଗଟେକ୍ ଚିନ୍ ଆରି କାବାଅଇଜିବା ଚିନ୍ ପାରା ଅଇବାକେ ଜେନ୍ତିକି ତିନ୍ ବରସ୍ ବସ୍ତର୍ ନ ଅଡିକରି ଆରି ଚୁଚା ଗଡେ ବୁଲ୍ଲା ଆଚେ ; 4ଜେନ୍ତିକି ଅସୁରର୍ ରାଜା ମିସର୍ ଦେସର୍ ଲକ୍ମନର୍ ଲାଜର୍ ପାଇଁ ବନ୍ଦି ରଇବା ପିଲାମନ୍ ଆରି ବୁଡାମନ୍ ଆରି କୁସିଅ ଦେସେ ଅନି କେଦି ଦେଇ ରଇବା ଲକ୍ମନ୍କେ ଡୁମ୍ଣ୍ଡା ଆରି ଚୁଚା ଗଡେ ଆରି ଚୁତଡ୍ ଡିସାଇ ଡିସାଇ କରି ନେଇସି। 5ତାର୍ପଚେ ଲକ୍ମନ୍ ନିଜର୍ ବିସ୍ବାସ୍କେ କୁସିଅ ଦେସର୍ ଆରି ନିଜର୍ ଗରବ୍ ପାରା ମିସର୍ ଦେସର୍ ଲାଗି ମନ୍ ଉନା କରି ଲାଜ୍ ଅଇଜିବାଇ । 6ଆରି, ସେ ଦିନେ ସେ ସମ୍ଦୁର୍ ପାଲିକେ ବାସାଅଇ ରଇବା ଲକ୍ମନ୍ କଇବାଇ, ଦେକା, ଅସୁର୍ ରାଜାର୍ ଲଗେଅନି ରକିଆ ପାଇବାକେ ବଲିକରି ସାଇଜ କର୍ବାକେ ଜନ୍ ଜାଗାଇ ପାଲାଇଲୁ, ଆମର୍ ସେ ବିସ୍ବାସ୍ ଏ ରକାମ୍ ; ତେବେ ଆମେ କେନ୍ତି ଇସାବେ ଜିଉଁ?


