Select a Verse
ପର୍ମେସର୍ ତାର୍ ଲକ୍ମନ୍କେ ଡଣ୍ଡ୍
1ଏ ଦେସର୍ ସର୍ତେ ଲକ୍ମନ୍ ଗଟେକ୍ ଲଗେ ଆସି ଟୁଲ୍ ଉଆ ଆରି ସୁନା, ଏ ଦେସର୍ ଲକ୍ମନ୍ ମନ୍ଦିଆନ୍ ଦେଇ କରି ସୁନା; ପୁର୍ତିବିର୍ ସର୍ତେ ଲକ୍ ଆରି ତେଇର୍ ସର୍ତେ ଜିନିସ୍ମନ୍ ସୁନା । 2କାଇକେବଇଲେ ଦେସର୍ ସର୍ତେ ଲକର୍ ଉପ୍ରେ, ସେମନର୍ ସର୍ତେ ସନିଅମନର୍ ଉପ୍ରେ ସବୁବେଲର୍ ମାପ୍ରୁ ବେସି ରିସା ଅଇଆଚେ; ସେ ସେମନ୍କେ ପୁରାପୁରୁନ୍ କୁରୁପ୍ନାସ୍ କଲା ଆଚେ ଆରି ସେମନ୍କେ ସେମନର୍ ଆତେ ମର୍ବାଜାକ ସର୍ପି ଦେଲା ଆଚେ। 3ସେମନର୍ ମଲା ଲକ୍ମନନ୍କେ ବାଇଲେ ପିଙ୍ଗା ଅଇସି, ସେମନର୍ ମଲା ମଡ୍ କୁଇ ଗନ୍ଦି ଜାଇସି ଆରି ସେମନର୍ ବନି ବଇଜାଇ କରି ଡଙ୍ଗର୍ ଚାରିବେଟ୍ତି ବର୍ତି ଅଇ ଜାଇସି । 4ଆରି, ଆକାସେ ରଇଲା ତାରା, ବେଲ୍ ଆରି ଜନ୍ ସବୁ ଅଦ୍ରି ମାଟି ତେଇ ମିସି ଜିବାଇ ଆରି ବାଦଲ୍ ଲେକି କରି ମଣ୍ଡ୍ଲା କଲା କାଗଜ୍ ପାରା ଗୁଡିଆଇ ଅଇ ଜାଇସି; ଆରି,ଜେନ୍ତାରି ଅଙ୍ଗୁର୍ ଗଚର୍ ସୁକ୍ଲା ପତର୍ ଆରି ଡୁମ୍ରି ଗଚର୍ ସୁକ୍ଲା ପତର୍, ସେନ୍ତାରି ସେମନର୍ ସଇନିକ୍ମନ୍ ନସ୍ଟ ଅଇ ଜିବାଇ । 5କାଇକେବଇଲେ ସବୁବେଲର୍ ମାପ୍ରୁ ପର୍ମେସର୍ ସରଗ୍ ଉପ୍ରେ ତାର୍ କାଣ୍ଡା ତିଆର୍ କରି ଆଚେ; ଦେକା, ବିଚାର୍ କର୍ବା ଦିନେ ସେ କାଣ୍ଡା ଇଦମ୍ ଆରି ଜନ୍ ଲକ୍ମନ୍ ଅବିସାପ୍ ପାଇ ଆଚତ୍ ସେ ଲକ୍ମନ୍ ମର୍ବାଇ । 6ସବୁବେଲର୍ ମାପ୍ରୁର୍ କାଣ୍ଡା ତେଇ ତାର୍ ବନି ଆରି ଚର୍ବି ଆରି ଚେଲିର୍ ଚର୍ବି କାଟି ଅଇଲା ଆଚେ; କାଇକେବଇଲେ ବସ୍ରା ନଅଁରେ ସବୁବେଲର୍ ମାପ୍ରୁର୍ ଲଗେ ଗଟେକ୍ ଅମ୍ବଲି ଅଇସି ଆରି ଇଦମ୍ ଦେସେ ଉତ୍ରି ଆଇସି। 7ଆରି, ସେମନର୍ ସଙ୍ଗ୍ ବନର୍ ପସୁ, ସଣ୍ଡ୍ ବଲଦ୍ ସଙ୍ଗ୍ ଗଟେକ୍ ବଲଦ୍ ଆଇସି; ସେଡ୍କିବେଲେ ସେମନର୍ ଦେସ୍ସାରା ବନି ବର୍ତି ଅଇ ଜାଇସି ଆରି ସେମନର୍ ଦେସ୍, ଆରି ମାଟି ଚର୍ବି ସଙ୍ଗେ ବର୍ତି ଅଇ ଜାଇସି । 8କାଇକେବଇଲେ ଏଟା ଅଇଲାନି ସବୁବେଲର୍ ମାପ୍ରୁ ବାଦ୍ଲା ନେବା ଦିନ୍, ଏଟା ସିଅନ୍ର୍ ବିରଦି କର୍ବା କାମର୍ ଦଣ୍ଡ୍ ଦେବା ବରସ୍ । 9ଆରି, ଇଦମର୍ ଗାଡ୍ ଦୁପ୍ନି ଆରି ଦୁଲି ଦାରୁଗୁଣ୍ଡ୍ ଅଇସି, ତେଇର୍ ମାଟି ଲାଗ୍ତେ ରଇବା ଦୁପ୍ନି ପାରା ଅଇସି । 10ସେ ଦୁପ୍ନି ଦିନ୍ ରାତି ପଡ୍ତେ ରଇସି; ସେ ଦୁଆଁ ସବୁବେଲର୍ ପାଇଁ ରଇସି; ଆନିଦାଦି ଜାକ ସେଟା ବାଲି ପଟା ଅଇକରି ରଇସି; କେ ମିସା ସେ ବାଟେ ଇଣ୍ଡି ନାପାରତ୍ । 11ମାତର୍ ପାନି ସୁନା ଆରି ସାଲିମ୍ ତେଇ ବାସା ଅଇବାଇ; କଚ ଆରି କୁଆ ତେଇ ବାସା ଅଇବାଇ; ଆରି ପର୍ମେସର୍ ସେ ଇଦମର୍ ପାଇଁ ଦର୍କାର୍କେ ନ ଆଇବା ଗଟେକ୍ ଗଜ୍ବାଡି ଆରି ଅଲୁମ୍କେ ନସ୍ଟ କର୍ସି । 12ସେ ଦେସେ କୁଲି କରୁ ମନ୍କେ ସାସନ୍ କର୍ବାକେ ଡାକ୍ବାଇ; ମାତର୍ କେ ମିସା ତେଇ ନ ରଅତ ଆରି ତେଇ ସାସନ୍ କର୍ବାକେ ମୁକିଆମନ୍ କେ ମିସା ନ ରଅତ୍ ସର୍ତେ ଲକ୍ କୁରୁପ୍ନାସ୍ ଅଇଜିବାଇ । 13ଇଦମ୍ ଦେସେ କାଟାଗଚ୍ ଆରି ଲାଚୁଆନି ବୁଟା ଆଁକର୍ସି ଆରି ବଡ୍ସି ଆରି ସେ ତେଇ କଲିଆମନ୍ ବାସା ଅଇବାଇ ଆରି କଚ ଚଡଇ ମନର୍ କାଇବା ଜାଗା ଅଇସି । 14ଆରି, ତେଇ ବନର୍ ଜିବ୍ଜନ୍ତୁ ଗଦ ଡୁର୍କାମନର୍ ସଙ୍ଗ୍ ମିସ୍ବାଇ ଆରି ଚେଲି ଦେବ୍ତା ତାର୍ ସଙ୍ଗାରି ମନ୍କେ ଡାକ୍ସି ଆରି ରାତିଆ ଡୁମା ଡାଇନିମନ୍ ତେଇ ବାସାଅଇ କରି ଚିମ୍ରା ଅଇ ରଇବାଇ । 15ସେ ଜାଗାଇ ଗୁଡା କରି କଚ ଚଡଇମନ୍ ଗାର୍ ଦେବାଇ ଆରି ପିଲା ପୁଟାଇ କରି ନିଜର୍ ଡେନା ସଙ୍ଗେ ପାଟାଲି ରଇବାଇ; ଆରି ତେଇ ସର୍ତେ ଗିଦ୍ମନ୍ ଗଟେକ୍ ଲଗେ ମିସି କରି ଟୁଲ୍ଅଇ ରଇବାଇ । 16ତମେ ସବୁବେଲର୍ ମାପ୍ରୁର୍ ଚାମ୍ସଙ୍ଗେ ତିଆର୍ କଲା ବଇ ତେଇ ଲେକ୍ଲା ବାକିଅକେ ବାର୍କରି ପଡା; ଏ ମନର୍ ବିତ୍ରେ ଅନି କେ ମିସା ନିମାନ୍ ଅଇକରି ନ ରଅତ୍, କାଇକେବଇଲେ ମର୍ ଟଣ୍ଡେଅନି ସବୁବେଲର୍ ମାପ୍ରୁ ଆଦେସ୍ କରିଆଚେ ଆରି ତାର୍ ଆତ୍ମା ସେମନ୍କେ ଟୁଲିଆଇଲା ଆଚେ । 17ଆରି ସବୁବେଲର୍ ମାପ୍ରୁ ସେମନର୍ ପାଇଁ କେଡ୍ ପୁଟାଇଲା ଆଚତ୍ ଆରି ତାର୍ ଆତେ ରଇଲା ଡର୍ ସଙ୍ଗେ ନାପିକରି ବାଟାକରି ଦେଲା ଆଚେ; ସେମନ୍ ସେ ଜାଗାଇ ସବୁବେଲର୍ ପାଇଁ ବାସା ଅଇକରି ରଇବାଇ, ତାକର୍ ଆନିଦାଦି ଜାକ ତେଇ ବାସା ଅଇ ରଇବାଇ ।


