Select a Verse
ଇଜକିଅ ଜର୍ ଦୁକାଇ ଅନି ନିମାନ୍ ଅଇଲା
1ସେ ବେଲେ ଇଜକିଅ ଜର୍ ଅଇକରି ଦୁର୍ବଲ୍ ଅଇ ରଇଲା । ତାର୍ପଚେ ଆମସର୍ ପିଲା ଜିସାଇଅ ବବିସତ୍ କାତା କଉ ଇଜକିଅର୍ ଲଗେ ଆସି କଇଲା, ସବୁବେଲର୍ ମାପ୍ରୁ ଏ କାତା କଇଲାନି, ତୁଇ ତର୍ ନିଜର୍ ଗର୍ ବିସଇରେ ଚିନ୍ତା କର୍, କାଇକେବଇଲେ ତୁଇ ଆରି ବେସି ଦିନ୍ ନ ବଞ୍ଚୁସ୍ନି ମର୍ସୁ । 2ସେଡ୍କିବେଲେ ଇଜକିଅ କୁଡ୍ ବାଟେ ମୁଁ କରି ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କରି କଇଲା, 3ଏ ସବୁବେଲର୍ ମାପ୍ରୁ, ମୁଇ ଗୁଆରି କଲିନି, ମୁଇ କେନ୍ତାରି ସତ୍ ସଙ୍ଗ୍ ଆରି ସୁକଲ୍ ସଙ୍ଗ୍ ତର୍ ସଙ୍ଗ୍ ଇଣ୍ଡ୍ବି ଆରି ତର୍ ଲଗେ ବଲ୍ କାମ୍ କରି ଆଚିବଲି ମକେ ଅଲପ୍ ଏତାଅ । ଆରି ସେଡ୍କିବେଲେ ଇଜକିଅ ବେସି କାନ୍ଦ୍ବାର୍ ଦାର୍ଲା । 4ସେଡ୍କିବେଲେ ସବୁବେଲର୍ ମାପ୍ରୁର୍ ବାକିଅ ଜିସାଇଅର୍ ଲଗେ କେଟ୍ଲା, 5ତୁଇ ଜାଇ ଇଜକିଅକେ କଅ, ସବୁବେଲର୍ ମାପ୍ରୁ, ତମର୍ ଆନିଦାଦି ଦାଉଦର୍ ପର୍ମେସର୍ ଏ କାତା କଇଲାନି, ମୁଇ ତାର୍ ପାର୍ତନା ସୁନ୍ଲି, ତମର୍ ଆଁକିର୍ ଆଁସୁ ଦେକ୍ଲି, ଦେକ୍, ମୁଇ ତର୍ ଆଇସ୍ ପନ୍ଦ୍ର ବରସ୍ ବଡାଇବି । 6ଆରି, ମୁଇ ତକେ ଆରି ଏ ନଅଁର୍କେ ଅସୁରିଅ ରାଜାର୍ ଲଗେଅନି ଉଦାର୍ କର୍ବି ଆରି ଏ ନଅଁର୍କେ ସାଇଜ କର୍ବି । 7ଆରି, ସବୁବେଲର୍ ମାପ୍ରୁ କଇ ରଇବା ବାକିଅକେ ସିଦ୍ କର୍ସି, ତର୍ ପାଇଁ ସବୁବେଲର୍ ମାପ୍ରୁର୍ ଗଟେକ୍ ଚିନ୍ ଅଇସି ସେଟା ଅଇଲାନି; 8ଦେକ୍, ମୁଇ ଆଅସ୍ ରାଜାର୍ ବେଲର୍ ଚାଁଇ ଜେତେକ୍ ଦୁର୍ ଜାଇସି, ତାର୍ ଦସ୍ ପାଦ୍ ଜାକ ପଚ୍କେ ବାଉଡାଇ ଆନ୍ବି । ସେଟାର୍ ପାଇଁ ବେଲର୍ ଚାଇଁ ଜେତ୍କି ଜାଇତେ ରଇଲା, ସେତ୍କି ଦସ୍ ପାଦ୍ ପଚ୍କେ ବାଉଡି ଆଇତେ ରଇଲା । 9ଜିଉଦାର୍ ରାଜା ଇଜକିଅ ଜର୍ ଦାରାଇ ଅଇକରି ନିକ ଅଇଲା ପଚେ ଏଟା ଲେକ୍ଲା ଆଚେ ଜେ, 10ମୁଇ କଇଲି, ମୁଇ ମର୍ବା ମୁଇଁଦାନିଆଁ ବେଲେ ପାତାଲର୍ ଦୁଆରେ ଜାଇ ପୁର୍ବି; ମୁଇ ଜେତ୍କି ବରସ୍ ବଁଚ୍ବାର୍ ରଇଲା ସେତ୍କି ବରସ୍ ବଁଚ୍ଲି। 11ମୁଇ ବାବ୍ଲି, ମୁଇ ସବୁବେଲର୍ ମାପ୍ରୁକେ, ଜିଇ ରଇଲା ଲକ୍ମନର୍ ଦେସେ ସବୁବେଲର୍ ମାପ୍ରୁକେ ନ ଦେକି; କି ଜଗତ୍ ତେଇ ବଁଚି ରଇଲା ଲକ୍ ମନ୍କେ ନ ଦେକି । 12ମର୍ ଜିବନ୍ ସାର୍ଲା ଆଚେ ଆରି ମେଣ୍ଡା ଚାରାଉର୍ କୁଡିଆ ପାରା ମର୍ ଲଗେ ଅନି ଗୁଚାଇ ଆଚତ୍; ମୁଇ ଲୁଗାପଚିଆ ପାରା ମର୍ ଜିବନ୍କେ ଡାବାଇଲିନି; ସେ ମକେ ଲୁଗା କାଟ୍ଲା ପାରା କାଟ୍ସି; ଗଟେକ୍ ରାତି ବିତ୍ରେ ସେ ମକେ ମରାଇସି । 13ମୁଇ ସାକାଲ୍ ପାଇବା ଜାକ ଦୁକ୍ କସ୍ଟ ପାଇ କାନ୍ଦି କାନ୍ଦି ରଇଲି; ସିଅଁ ବାଗ୍ ଜେନ୍ତାରି ଆଡ୍ କାତ୍ରି ଗୁଣ୍ଡ୍ଗୁଣ୍ଡା କର୍ସି ସେନ୍ତାରି ମର୍ ଆଡ୍ମନ୍ ଗୁଣ୍ଡ୍ ଅଇ ଗାଲାଆଚେ; ମୁଇ ବାବ୍ଲି ଜେ ସବୁବେବେଲର୍ ମାପ୍ରୁ ମକେ ଗଟେକ୍ ରାତି ବିତ୍ରେ ମର୍ ଜିବନ୍କେ ଦାରି ଜାଇସୁ। 14ତାରାଲି ଚଡଇ ଆରି ଡଲି ଚଡଇ ପାରା ମୁଇଁ ଚିଇଁ ଚିଇଁ ସବଦ୍ କଲି ଆରି ପରୁଆ ପାରା ଦୁକ୍ ଅଇ ଡାକ୍ଲି; ଉପ୍ରେ ଦେକି ଦେକି ମର୍ ଆଁକି ଜଲି ଗାଲାନି; ଏ ସବୁବେଲର୍ ମାପ୍ରୁ, ମୁଇ ଦୁର୍ବଲ୍ ଲକ୍ ତୁଇ ମକେ ବିପଦ୍ ଲଗେଅନି ଉଦାର୍ କର୍ । 15ମୁଇ କାଇଟା କଇବି? ସେ ସବୁବେଲର୍ ମାପ୍ରୁ ସିଦ୍ କରିଆଚେ; ମର୍ ଗାଗଡର୍ କସ୍ଟ ପାଇଁ ବଲିକରି ସେଟାର୍ ପାଇଁ ମୁଇ । 16ଏ ସବୁବେଲର୍ ମାପ୍ରୁ, ତର୍ ଲାଗିଆକା ମୁଇ ଜିଇବି, ଆରି ତର୍ ତେଇ ଆକା ମର୍ ଜିବନ୍ ଆଚେ, ମକେ ନିକ କରି ବଁଚାଉ। 17ଦେକା, ମୁଇ ନିଜ୍କେ ସାନ୍ତି ପାଇବାକେ ବେସି ଦୁକ୍ କସ୍ଟ ପାଇଲି; ମାତର୍ ତୁଇ ମର୍ ଜିବନ୍କେ ଆଲାଦ୍ କରି ବିପଦ୍ ତେଇ ଅନି ଉଦାର୍ କଲୁସ୍; କାଇକେ ବଇଲେ ତୁଇ ତର୍ ପଚ୍ବାଟେ ମର୍ ସବୁ ପାପ୍କେ ପିଙ୍ଗି ଦେଇ ଆଚୁସ୍ । 18କାଇକେବଇଲେ ପାତାଲ୍ପୁର୍ ତମ୍କେ ମଇମା କରି ନାପାରେ, ମଲା ଲକ୍ମନ୍ ତକେ କେବେ ମିସା ଆଲାଦ୍ କରି ନାପାରେ କି ତପି ଅଇଲା ଲକ୍ମନ୍ ତକେ ସତ୍ ନ କରତ୍ । 19ଜେନ୍ତାରି କି ମୁଇ ଆଜି ତକେ ଆସିର୍ବାଦ୍ କଲିନି, ଏନ୍ତାରି ଜିବନ୍ ରଇଲା ଲକ୍ ତର୍ ଆସିର୍ବାଦ୍ କର୍ବାଇ; ବାବା ତାର୍ ପିଲାମନ୍କେ ସତ୍ କାତା କଇ ଜାଗର୍ତା କୁରାଇସି । 20ସବୁବେଲର୍ ମାପ୍ରୁ ମର୍ ଉଦାର୍ କାରିଆ, ଏଟାର୍ ପାଇଁ ଜିବନ୍ ରଇବା ଜାକ ସବୁବେଲର୍ ମାପ୍ରୁର୍ ଗରେ ବାଜା ବାଜାଇ ଗିତ୍ ଗାଇକରି ପାର୍ତନା କର୍ତେ ରଇବି । 21ଜିସାଇଅ କଇ ରଇଲା, ସେମନ୍ ଡୁମ୍ରି ଗଚର୍ ଚାଲି ନେଇକରି ଉକ୍ଲାଇ ଗାଉ ତେଇ ଲେଦି ଅଅତ୍, ତାର୍ପଚେ ସେମନ୍ ନିକ ଅଇବାଇ । 22ଇଜକିଅ ମିସା କଇ ରଇଲା, ମୁଇ ଜେ ସବୁବେଲର୍ ମାପ୍ରୁର୍ ଗରେ ଜିବି, ତେଇର୍ ଚିନ୍ କାଇଟା?


