Select a Verse

ପର୍‌ମେସର୍ ଉଦାର୍ କର୍‌ବା ପର୍‌ମାନ୍‌

1ମାତ୍‌ର ଏ ଜାକୁବ୍, ଜେ ତକେ ତିଆର୍ କଲା, ଏ ଇସ୍‌ରାଏଲ୍‌, ଜେ ତକେ ଗଡ୍‌ଲା ଆଚେ, ସେ ସବୁ ବେଲ୍‌ର ମାପ୍‌ରୁ ଏବେ ଏ କାତା କଇଲାଇନି; ଡରା ନାଇ, କାଇକେ ବଇଲେ ମୁଇ ତମ୍‌କେ ମୁକ୍‌ଲାଇ ଆଚି; ମୁଇ ତୁମ୍‌ର ନାଉଁ ଦାରି ତମ୍‌କେ ଡାକ୍‌ଲି ଆଚି, ତମେ ମର୍ ଲକ୍ ।

2ତମେ ପାନି ଲଗେ ଗାଲାବେଲେ ମୁଇ ତମ୍‌ର ସଙ୍ଗ ରଇବାଇ ଆରି ସମ୍‌ଦୁରେ ଗାଲା ବେଲେ ସେ ତମ୍‌କେ ବୁଡାଇ ନାପାରେ; ତୁମେ ଜଇତେଇ ଗାଲାବେଲେ ଜଇ ନ ଲାଗେ ଜଇଆଲା ତମ୍‌କେ କାଇଟା କରିନାପାରେ ।

3କାଇକେ ବଇଲେ ମୁଇ ସବୁବେଲ୍ ମାପ୍‌ରୁ, ତମର୍ ପରମେସ୍‌ର, ଇସ୍‌ରାଇଲ୍‌ର ସୁକଲ୍ ସବୁବେଲର୍ ମାପ୍‌ରୁ, ତମ୍‌କେ ଉଦାର୍ କର୍‌ବା ପରମେସ୍‌ର; ମୁଇ ତମର୍ ମୁକ୍‌ତିର୍ ବାଦୁଲ୍ ପାରା ମିସର୍ ଦେସ୍ ଆରି ମନ୍ ବାଦ୍‌ଲାଇବା ବାଦୁଲେ କୁସ୍ ଆରି ସିବା ଦେସ୍ ଦେଇ ଆଚି ।

4ତମେ ମର୍ ମୁଆଟେ ବେସି ନିମାନ୍ ଲକ୍ ଆରି ବେସି ବପୁ ଅଇ ଆଚୁସ୍‌ ଆରି ମୁଇ ତକେ ଆଲାଦ୍ କଲିନି; ସେଟାର୍‌ପାଇଁ ମୁଇ ତମର୍ ବାଦୁଲେ ନର୍‌ମନ୍‌କେ ଆରି ତମର୍ ପରାନ୍ ବାଦୁଲେ ସର୍‌ତେ କୁଟୁମ୍‌କେ ଦେବି।

5ଡରା ନାଇଁ; କାଇକେବଇଲେ ମୁଇ ତମ୍‌ର ସଙ୍ଗେ ଆଚି; ଆମେ ପୁରୁବ୍ ଦିଗ ଅନି ତମ୍‌ର ବଁସକେ ଆନ୍‌ବାଇ ଆରି ପସ୍‌ଚିମ ଦିଗେ ଅନି ତମ୍‌କେ ରୁଣ୍ଡାଇବାଇ;

6ମୁଇ ଉତ୍‌ର ଦିଗ୍‌କେ କଇବୁ, ଚାଡି ଦିଆସ୍‌ ଆରି ଦକିନ୍ ଦିଗ୍‌କେ କଇବୁ, ଅଟ୍‌କା ନାଇଁ ; ମର୍ ପିଲାଟକିମନ୍‌କେ ଦୁରେଅନି ଆରି ପୁର୍‌ତିବିର୍ ସାରାସାରି ଲଗେ ଅନି ଟୁଲିଆଇ ଆନ୍‌ସି;

7ମର୍ ନଉଁ ଡାକ୍‌ପୁଟା ଅଇସି ଆରି ଜାକେ ମୁଇ ମର୍ ମଇମା କର୍‌ବାକେ ଗଡ୍‌ଲି ଆଚି, ଏନ୍ତାର୍ ସବୁ ଲକ୍‌ମନ୍‌କେ ଆନା; ମୁଇ ସେମନ୍‌କେ ଗଡ୍‌ଲି ଆଚି; ଉଁ, ମୁଇ ତାକେ ତିଆର୍ କଲି ଆଚି।

ଇସରାଇଲ୍ ମାପ୍‌ରୁର୍‌ ସାକି

8ଆଁକି ରଇ କାଣା ଆରି କାନ୍ ରଇ ବଇରା, ଏନ୍ତାର୍ ଲକ୍‌ମନ୍‌କେ ବାର୍ କରାଇ ଆନା ।

9ସବୁ ରାଇଜର୍ ଲକ୍‌ମନ୍ ଗଟେକ୍ ତେଇ ରୁଣ୍ଡ୍‌ ଅଅତ୍‌ ଆରି ସବୁ ଗସ୍‌ଟିର ଲକ୍‌ମନ୍ ଗଟେକ୍ ଲଗେ ରୁଣ୍ଡ୍‌ ଅଅତ୍‌; ସେମନ୍‌ର ବିତ୍‌ରେଅନି କେ ଏଟାକେ କଇ ପାରବାଇ ଆରି ଆଗ୍‌ତୁ ଗଟି ରଇବା ବିସ୍‌ଇମନ୍ ଆମ୍‌କେ ଦେକାଇ ପାର୍‌ସି? ସେମନ୍‌ ଦସି ନାଇ ବଲି ଅଇବାକେ ନିଜ୍‌ର ନିଜ୍‌ର ସାକି କ୍‌ଉମନ୍‌କେ ଆନା; ନଇଲେ ସେମନ୍‌ ଏକାତା ସୁନି ଏଟାକେ ସତ୍‌ କାତା ବଲି କରି କଅତ୍ ।

10ସବୁବେଲ୍‌ର ମାପ୍‌ରୁ କଇଲାଇନି, ତମେ ଜେନ୍ତାରି ଜାନି ‍କରି ମର୍‌ ଲଗେ ବିସ୍‌ବାସ୍‌ କର୍‌ସା ଆରି ମୁଇ ସେ ଆକା ବଲିକରି ଜାନ୍‌ସା, ସେଟାର୍‌ପାଇଁ ତମେ ମର ସାକି ଆରି ମର୍ ବାଚ୍‌ଲା ଦାସ; ମର ଆଗ୍‌ତୁ କେ ମିସା ମାପ୍‌ରୁ ତିଆର୍ ଅଏ ନାଇ, କି ମର୍ ପଚେ କେ ମିସା ନ ଅଅତ୍‌ ।

11ମୁଇଁ ଆକା ସବୁବେଲର୍ ମାପ୍‌ରୁ ଆରି ଆମ୍‌କେ ଚାଡ୍‌ଲେ ଆରି କେ ମିସା ଉଦାର୍ କାରିଆ ନାଇଁ । 12ମୁଇ କଇଆଚି ଆରି ମୁଇ ମୁକ୍‌ତି କରିଆଚି ଆରି ମୁଇ ଦେକାଇଆଚି, ଆରି ତମର୍ ବିତ୍‌ରେ କେ ମିସା ବିନ୍‌ ଦେସର୍ ଦେବ୍‌ତାମନ୍ ନ ରଇଲାଇ; ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ କଇଲାନି, ତମେ ମର୍ ସାକି ଆଚାସ୍ ଆରି ମୁଇ ତମର୍ ପର୍‌ମେସର୍ ଅଇବି। 13ଉଁ ମୁଇଁ ସବୁବେଲର୍ ମାପ୍‌ରୁ ଆରି ସବୁବେଲେ ତମର୍ ସଙ୍ଗ୍ ମୁଇ ରଇବି ଆରି ମର୍ ଆତେ ଅନି ତମ୍‌କେ ଉଦାର୍ କାରିଆ କେ ମିସା ନାଇଁ; ମୁଇଁ ଜନ୍ କାମ୍ କର୍‌ବି ,ସେ କାମ୍‌କେ କେ ମିସା ବାଦ୍‌ଲାଇ ନାପାରତ୍ ?

ବାବିଲର୍‌ ଉଦାର୍‌

14ତମର୍ ଉଦାର୍ କାରିଆ, ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି,ମୁଇଁ ତମର୍ ପାଇଁ ବାବିଲ୍‌ ଦେସେ ଲକ୍ ପାଟାଇ ଆଚି ଆରି ଲୁଚି କରି ପାଲାଇ ଜାଇ ରଇଲା ଲକ୍‌ମନ୍‌କେ ଆନ୍‌ଲା ପାରା ଆନ୍‌ବି; କଲ୍‌ଦିଅମନ୍‌କେ କାନ୍ଦାଇ କାନ୍ଦାଇ କରି ଡଙ୍ଗାଇ ଲାଦି ଆନ୍‌ବି । 15ମୁଇ ସବୁବେଲର୍ ମାପ୍‌ରୁ ତମର୍ ସୁକଲ୍ ସବୁବେଲର୍ ମାପ୍‌ରୁ, ଇସ୍‌ରାଏଲ୍‌କେ ଗଡ୍‌ଲା ମାପ୍‌ରୁ, ମୁଇ ତମର୍ ରାଜା, 16ଜେ ସମ୍‌ଦୁର୍‌କେ ଆରି ବେସି ପାନି ରଇଲା ତେଇ ବାଟ୍ ତିଆର୍ କର୍‌ସି; 17ଜେ ରତ୍ ଆରି ଗଡା, ସନିଅ ଆରି ସଇନିକ୍‌ମନ୍‌କେ ବାର୍‌କରାଇ ଆନ୍‌ସି; ସେ ଲକ୍‌ମନ୍ ଗଟେକ୍ ଲଗେ ସଇ କରି ଉଟି ନାପାରତ୍‌, ସେମନ୍ ଆଜି କୁରୁପ୍ ନାସ୍ ଅଇ ଗାଲାଇ; ଏ କାତା ସବୁବେଲର୍ ମାପ୍‌ରୁ କଇଲାନି; 18ତମେ ଆଗ୍‌ତୁର୍ କାତା ସବୁ ଏତାଆ ନାଇଁ, କି ପୁର୍‌ନା କାତାକେ ଚିନ୍ତା କରାନାଇଁ । 19ଦେକା, ମୁଇ ଗଟେକ୍ ନୁଆ କାମ୍ କର୍‌ବି; ସେଟା ଏବେ ଆଁକର୍‌ସି; ତମେ କାଇ ସେଟା ନାଜାନାସ୍? ଆରି, ମୁଇ ବନ୍ ରଇଲା ତେଇ ବାଟ୍ ଆରି ମରୁବାଲି ବୁଏଁ ଗାଡ୍‌ମନ୍‌ ତିଆର୍ କରି ଆଚି । 20ବନର୍ ପସୁମନ୍‌,କଲିଆ ଆରି ଆକାସର୍‌ ଚଡଇମନ୍‌ ମର୍‌ ମଇଁମା କର୍‌ବାଇ; କାଇକେବଇଲେ ମୁଇ ନିଜର୍‌ ବାଚ୍‌ଲା ଲକ୍‌ମନ୍‌କେ କାଇବାକେ ବନେ ପାନି ଜଲା ତିଆର୍ କର୍‌ବି ଆରି ମରୁବାଲିବୁଏଁ ଗାଡ୍‌ ବୁଆଇବି; 21ସେ ଲକ୍‌ମନନ୍‌କେ ମୁଇ ନିଜର୍‌ ମଇଁମା କର୍‌ବାକେ ଗଡ୍‌ଲି ଆଚି ।

ଇସ୍‌ରାଇଲର୍ ପାପ୍‌

22ଅଇଲେ ମିସା ଏ ଜାକୁବ, ତମେ ମର୍‌ ଲଗେ ପାର୍‌ତନା କରୁସ୍‌ ନାଇଁ; ଏ ଇସ୍‌ରାଏଲର୍ ଲକ୍‌ମନ୍ ତମେ ଆମ୍‌କେ ପାସ୍‌ରି ଆଚାସ୍‌ । 23ତମେ ନିଜର୍‌ ଅମ୍‌କର୍‌ବାକେ ମେଣ୍ଡା ଆମର୍‌ ଲଗେ ଆନାସ୍‌ ନାଇଁ; କି ତମେ ନିଜର୍‌ ବଲିଦାନର୍‌ ଲାଗି ଆମ୍‌କେ ମର୍‌ଜିତା ଦିଆସ୍‌ ନାଇଁ । ମୁଇ ନଇଁବେଦିଅର୍‌ ପାଇଁ ତମ୍‌କେ ଗତିଦାଙ୍ଗ୍‌ଡା କାମ୍‌ କରାଇ ନାଇଁ; କି ଦୁପ୍‌ନି ଆନ୍‌ବାକେ ତାକାଇ ନାଇଁ , 24ତମେ ରୁପା ଡାବୁ ଦେଇ ମର୍‌ ପାଇଁ ବାସ୍‌ନା କର୍‌ବାକେ ଦୁପ୍‌ନି ଗେନି ଆନାସ୍‌ ନାଇ, କି ତମର୍‌ ବଲିର୍‌ ବସ୍‌ ସଙ୍ଗ୍‌ ଆମ୍‌କେ ସାନ୍ତି କରାସ୍‌ ନାଇ; ମାତର୍ ତମେ ନିଜର୍‌ ପାପ୍‌ କରାଇ ଆମ୍‌କେ ଗତିଦାଙ୍ଗ୍‌ଡା କରାଇ ଆଚାସ୍‌,ତମେ ନିଜର୍‌ ସବୁ ରକାମର୍ ଅନିଆଇ କରି ଆମ୍‌କେ ତାକାଇ ଆଚାସ୍‌ । 25ମୁଇ, ତମର୍ ନିଜର୍‌ ଅଦରମ୍‌ ସବୁ ଦଇବି ଆରି ତମର୍‌ ପାପ୍‌ସବୁ ମୁଇ ନ ଏତାଇ । 26ମକେ ଏତାଇବାକେ କୁଆ; ମୁଇ ନିଜର୍ ନିଜର୍ ବିତ୍‌ରେ ବିଚାର୍ କର୍‌ବି; ତମେ ଦସ୍ ନ ଦାରାଇ ଅଇବାକେ ନିଜର୍ କାତା କୁଆ । 27ତମର୍‌ ଆନିଦାଦିମନ୍ ପାପ୍‌ କଲାଇ ଆରି ତମର୍ ମଜାଇ ଜନମ୍ ଆଇଲା ଲକ୍‌ମନ୍ ମର୍ ବିରୁଦେ ଅନିଆଇ କରି ଆଚତ୍ । 28ଏଟାର୍‌ ପାଇଁ ମୁଇ ସୁକଲ୍ ଜାଗାର୍ ଅଦିକାରିମନ୍‌କେ ଅସୁକଲ୍ କର୍‌ବି, ମୁଇ ଜାକୁବକେ ଅବିସାପ୍ ଆରି ଇସ୍‌ରାଏଲର୍ ଲକ୍‌କେ ଡଣ୍ଡ୍ ଦେବି।