Select a Verse
ସବୁବେଲର୍ ମାପ୍ରୁର୍ ଦାଙ୍ଗ୍ଡା
1ଏ କୁପ୍ଲି ତେଇ ବାସା ଅଇ ରଇଲା ଲକ୍ମନ୍, ମର୍ କାତାକେ ସୁନା ; ଏ ଦୁର୍କେ ବାସାକରି ରଇବା କୁଟୁମର୍ ଲକ୍ମନ୍ , ମନ୍ଦିଆସ୍; ମୁଇ ଅଙ୍ଗେକାକେ ଅଇ ରଇବା ଦିନେ ଅନି ସବୁବେଲର୍ ମାପ୍ରୁ ମକେ ଡାକ୍ଲା ଆଚେ ; ମୁଇ ଆୟାର୍ ପେଟେ ରଇବା ଦିନେ ଅନି ସେ ମର୍ ନାଉଁକେ ଲେକ୍ଲା ଆଚେ । 2ଆରି ସେ ମର୍ ମୁଁକେ ତିପ୍ତିପା କାଣ୍ଡା ପାରା କଲାଆଚେ, ତମର୍ ଆତର୍ ଚାଇଁରେ ସେ ମକେ ଲୁଚାଇ ଆଚେ ଆରି ସେ ମକେ କାଣ୍ଡ୍ ସଙ୍ଗଇବା କଲ୍ ପାରା କରି ତମର୍ ଗାଁସ୍ ତଲେ ଡାବି କରି ସଙ୍ଗଇ ଆଚୁସ୍; 3ଆରି, ସେ ମକେ କଇଲା, ତମେ ଆମର୍ ଦାଙ୍ଗ୍ଡା; ତମେ ଇସ୍ରାଏଲ୍, ତମର୍ ଲାଗି ଆମେ ମଇମା ପାଇବି। 4ମାତର୍ ମୁଇ କଇଲି, ମୁଇ କାଇ କାମ୍କେ ନ ଆଇବା କାମ୍ କଲି ଆଚି , ମୁଇ ବେକାର୍ବେକାର୍ ଆରି ଚୁଚାରେ ମର୍ ବପୁକେ ସାରାଇ ଆଚି ; ଅଇଲେ ମିସା ମର୍ ବିଚାର୍ନାକେ ସବୁବେଲର୍ ମାପ୍ରୁର୍ ଲଗେ ଆରି ମର୍ କଲା କାମର୍ ଆସିର୍ବାଦ୍ ମର୍ ପର୍ମେସରର୍ ଲଗେ ଆଚେ । 5ଆରି, ମକେ ତାର୍ ସେବା କାରିଆ ଅଇବାକେ ଆରି ଜାକୁବକେ ତାର୍ ଲଗେ ଆନ୍ବାକେ ଆରି ଇସ୍ରାଏଲ୍ ତାର୍ ଲଗେ ଟୁଲିଆଇ ଅଇବାକେ ଜେ ମକେ ପେଟ୍ ବିତ୍ରେ ଅନି ଗଡ୍ଲା ଆଚେ, ସେ ସବୁବେଲର୍ ମାପ୍ରୁ ଏବେ କଇଲାନି; କାଇକେ ବଇଲେ ମୁଇ ସବୁବେଲର୍ ମାପ୍ରୁ ଦେକ୍ବା ଇସାବେ ଆଲାଦର୍ ଲକ୍ ଆରି ମର୍ ପର୍ମେସର୍ ମର୍ ବପୁ ପାରା ଅଇଲା ଆଚେ । 6ସେଟାର୍ ପାଇଁ ସେ କଇଲା , ତମେ ମାତର୍ ଜାକୁବର୍ କୁଟୁମ୍କେ ଗଟନ୍ କର୍ବ୍କେ ଆରି ଇସାରାଏଲର୍ ସଙ୍ଗଇ ରଇବା ଲକ୍ମନ୍କେ ଆରିତରେକ୍ ବାଉଡାଇ ଆନ୍ବାକେ ମର୍ ଦାଙ୍ଗ୍ଡା ଅଇସି , ଏଟା ଅଇଲାନି ଗଟେକ୍ ସାନ୍ ବିସୟ୍ ; ତମେ ପୁର୍ତିବିର୍ ସନ୍ଦି ଜାକ ଜେନ୍ତିକି ମର୍ ତିଆର୍ କଲା ଉଦାର୍କାରିଆ ପାରା ଅଇସା , ସେଟାର୍ ପାଇଁ ଆମେ ତମ୍କେ ଅଲ୍ଗା ଦେସର୍ ଲକ୍ମନର୍ ଉଜଲ୍ ପାରା ମିସା ଅଇସା । 7ଜାକେ କି ନର୍ଜାତି ନ ନାମତ୍ , ଜନ୍ଟାକେ କି ଦେସର୍ ଲକ୍ମନ୍ ଗିନ୍ କର୍ବାଇ , ଜେକି ସାସନ୍ କାରିଆମନର୍ ଦାଙ୍ଗ୍ଡା , ସେଟାକେ ଇସ୍ରାଏଲ୍ ଦେସର୍ ମୁକ୍ତି କାରିଆ ଆରି ଇସ୍ରାଏଲ୍ ଦେସର୍ ସୁକଲ୍ ସବୁବେଲର୍ ମାପ୍ରୁ ଏ କାତା କଇଲା ଆଚେ, ବିସ୍ବାସ୍ କଲା ଆରି ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁ ତମ୍କେ ବାଚ୍ଲା ଆଚେ, ତାର୍ ପାଇଁ ବଲିକରି ରାଜାମନ୍ ତମ୍କେ ଦେକ୍ଲେ ଉଟ୍ବାଇ; ମୁକିଆମନ୍ ତମ୍କେ ଜୁଆର୍ କର୍ବାଇ ।
ଜିରୁସାଲାମ୍ ଆରିତରେକ୍ ତିଆର୍ ଅଇବାଟା
8ସବୁବେଲର୍ ମାପ୍ରୁ ଏ କାତା କଇଲାନି, ମୁଇ ଚାଡି ଜିବା ସମଇରେ ତମ୍କେ ଉତର୍ ଦେଇ ଆଚି ଆରି ଉଦାର୍ ପାଇବା ଦିନେ ମୁଇ ତମ୍କେ ସାଇଜ କରିଆଚି ; ଆରି, ମୁଇ ତମ୍କେ ରକିଆ କର୍ବି ଆରି ଦେସର୍ ଉନତି ପାଇଁ ବଲିକରି , ଲକ୍ମନ୍କେ ସେମନର୍ କୁରୁପ୍ନାସ୍ ଅଇଲା ଲକ୍ମନ୍କେ ବାବ୍ନା କର୍ବାକେ ମୁଇଁ ତକେ ମୁକିଆ କରି ଲକ୍ମନର୍ ନିଅମ୍ ପାରା ବାଚ୍ବି; 9ତମେ ବନ୍ଦି ଅଇ ରଇଲା ଲକ୍ମନ୍କେ ବାରଇ କରି ଜାଆ ବଲିକରି , ଆନ୍ଦାରେ ରଇବା ଲକ୍ମନ୍ ଉଜଲ୍ ଦେକା ବଲିକରି କଇସା । ସେମନ୍ ବାଟ୍ ମନ୍କେ ଚାର୍ବାଇ ଆରି ଗଚ୍କୁଟ୍ ନ ରଇବା ଉଚ୍ ପର୍ବତ୍ ସେମନର୍ ଚାର୍ବା ଜାଗା ଅଇସି । 10ସେମନ୍ ସସେ କି ବୁକେ ନ ରଅତ୍ ; କି କାରା କି ବେଲର୍ ତାରାସ୍ ସେମନ୍କେ ନ ପାଏ; କାଇକେ ବଇଲେ ଜେ ସେମନ୍କେ ଲାଡ୍ କର୍ସି, ସେମନ୍କେ ଚାଲାଇସି, ପାନି ଜଲା ପାଲି ପାଲି ସେମନ୍କେ କାଡାଇ ନେଇସି । 11ଆରି,ମୁଇଁ ତମର୍ ଡଙ୍ଗର୍କେ ଗଟେକ୍ ବାଟ୍ କର୍ବାକେ ଆରି ମର୍ ଅସାର୍ ବାଟ୍ ସବୁଜାକକେ ଉଚ୍ କର୍ବି । 12ଦେକା , ଏ ଲକ୍ମନ୍ ଦୁରିକେ ଅନି ଆଇବାଇ; ଆରି ଦେକା , ଏ ଲକ୍ମନ୍ ଉତର୍ ଦିଗେ ଅନି ଆରି ପଚିମ୍ ଦିଗେଅନି ଆଇବାଇ; ଆରି , ଏ ଲକ୍ମନ୍ ସିନିମ୍ ଦେସେ ଅନି ଆଇବାଇ। 13ଏ ଆକାସ୍ ମଣ୍ଡଲ୍, ଗିତ୍ କୁଆ , ଏ ପୁର୍ତିବି, ସାର୍ଦା ଉଆ ; ଏ ପର୍ବତ୍ମନ୍ , ଆଉଲି ଅଇକରି ଗିତ୍ ଗାଆ; କାଇକେ ବଇଲେ ସବୁବେଲର୍ ମାପ୍ରୁ ନିଜର୍ ଲକ୍ମନ୍କେ ସାନ୍ତି ଦେଇ ଆଚେ ଆରି ନିଜର୍ ଦୁକେ ରଇଲା ଲକ୍ମନ୍କେ ଲାଡ୍ କଲାଆଚେ । 14ମାତର୍ ସିଅନ୍ ଦେସର୍ ଲକମନ୍ କଇଲାଇ, ସବୁବେଲର୍ ମାପ୍ରୁ ମକେ ଚାଡିଦେଇ ଆଚେ , ମାପ୍ରୁ ମକେ ପାସ୍ରି ଦେଇ ଆଚେ । 15ତାର୍ପଚେ ସବୁବେଲର୍ ମାପ୍ରୁ କଇଲାନି, ମାଇଜି ଟକିମନ୍ ନିଜର୍ ଜନମ୍ ଦେଇ ରଇଲା ପିଲା ଜିଲା ମନ୍କେ ଜତନ୍ ନ କରି ନିଜର୍ ଦୁଦ୍ କାଇବା କଁଲା ପିଲାମନ୍କେ ପାସ୍ରି ମିସା ଜାଇ ପାରତ୍ ? ଉଁ, ଏମନ୍ ପାସ୍ରି ମିସା ଜାଇ ପାରତ୍ , ଅଇଲେ ମିସା ମୁଇଁ ତମ୍କେ ନ ପାସ୍ରି । 16ଦେକା, ଆମେ ଆମର୍ ଆତର୍ ପାପୁଲି ଟାନେ ତମର୍ ବାନିମୁର୍ତିକେ ଲେକି ଆଚି; ତମର୍ ଚାରି ବେଟ୍ତି ପାଚୁରି ପାରା ଜାଗିକରି ଆଚି। 17ତମର୍ ପିଲାଜିଲାମନ୍ ଦାପ୍ରେ ଆଇଲାନି , ତମର୍ କାରାପ୍ ଲକ୍ମନ୍ ଆରି ଜନ୍ ଲକ୍ମନ୍ ତମ୍କେ କୁରୁପ୍ନାସ୍ କଲାଇ, ସେ ଲକ୍ମନ୍ ଆରି ତମର୍ ଲଗେ ନ ରଅତ । 18ତମେ ଆଁକି ମେଲାଇକରି ଚାରିବେଡ୍ତି ଦେକା; ଏ ସବୁଲକ୍ଜାକ ରୁଣ୍ଡିକରି ତମର୍ ଲଗେ ଆଇଲାଇନି । ସବୁବେଲର୍ ମାପ୍ରୁ କଇଲାନି, ଆମେ ଜିଇ ରଇବା ଇସାବେ ତମେ ବସ୍ତର୍ ଅଡ୍ଲା ଲକ୍ପାରା ଏ ସବୁଲକ୍କେ ଅଡାଇସା, ଆରି ବିବା ଅଇବା ଦାଙ୍ଗ୍ଡି ଜେନ୍ତିକି ତିଆର୍ ପିଆର୍ ଅଇସି ସେରକାମ୍ ସଜବାଜ ଅଇସା । 19କାଇକେ ବଇଲେ ସତ୍ବାବ୍ରେ ଏବେ ତମେ , ତମର୍ ବିନାସ୍ କାରିଆମନ୍ ଆରି ଚିମ୍ରା ଜାଗାପାରା ସବୁଜାକ ତମର୍ କୁରୁପ୍ନାସ୍ ଅଇ ରଇବା ଦେସେ ବାସା ଅଇ ରଇଲା ଲକ୍ମନର୍ ପାଇଁ ସାନ୍ ଅଇଜାଇସି ଆରି ତମ୍କେ ନସ୍ଟ କର୍ବା ଲକ୍ମନ୍ ଆରି ନ ରଅତ୍ନି। 20ତମର୍ ଲଗେ ଅନି ଦୁରିକେ ଦାରିଜାଇ ରଇଲା ପିଲାମନ୍ ଆରିତରେକ୍ ତମର୍ କାନେ ଆସିକରି କଇବାଇ , ଏ ଜାଗା ଅଇଲାନି ମର୍ପାଇଁ ବେସି ସାନ୍ ; ମକେ ଜାଗା ଦିଆ , ମୁଇ ବାସା ଅଇ ରଇବି। 21ସେଡ୍କିବେଲେ ତମେ ମନେମନେ କଇସା , ମର୍ ପିଲାଟକିମନ୍ ଆଜିଗାଲାଇ ଆଚତ୍ , ମୁଇ ଗଟେକ୍ ଲକ୍ସେ, ବନ୍ବାସ୍ ଜାଇକରି ଏନେତେନେ ବାୟାଲକର୍ ପାରା ବୁଲ୍ନି, ମର୍ ଏ ସବୁଲକ୍କେ ଜନମ୍ ଦେଲାଆଚେ ? ଆରି ଏ ମନ୍କେ କେ ପର୍ତି ପାଲନ୍ କଲାଆଚେ ? ଦେକା , ମୁଇ ଗଟେକ୍ ଲକ୍ସେ ରଇଲି ; ଏ ଲକ୍ମନ୍ କନ୍ତେଇ ରଇଲାଇ? 22ସବୁବେଲର୍ ମାପ୍ରୁ ଏ କାତା କଇଲା ଆଚେ, ଦେକା ଆମେ ଅଲ୍ଗା ଦେସର୍ ଲକ୍ମନର୍ ପାଇଁ ଆମର୍ ଆତ୍ ଟେକ୍ବୁ ଆରି ସବୁ କୁଟୁମର୍ ପାଇଁ ନିଜର୍ ଚିରାଲ୍ ଟେକ୍ସା ; ତାର୍ପଚେ ସେମନ୍ ତମର୍ ପିଲା ମନ୍କେ କଲେ ଦାର୍ବାଇ ଆରି ତମର୍ ଟକିମନ୍କେ ସେମନର୍ କାକେ ଦାର୍ବାଇ । 23ଆରି, ରାଜାମନ୍ ତମର୍ ଲାଲନ୍ ପାଲନ୍ କର୍ବା ବାବା ଆରି ସେମନର୍ ରାନିମନ୍ ତମ୍କେ ପର୍ତିପାଲନ୍ କର୍ବା ଆୟା ଅଇବାଇ; ସେମନ୍ ମାଣ୍ଡିକୁଟା ଦେଇକରି ତମ୍କେ ଜୁଆର୍ କର୍ବାଇ ଆରି ତମର୍ ପାଦର୍ ଦୁଲିକେ ଚାଟ୍ବାଇ ; ତାର୍ପଚେ ଆମେ ଜେ ସବୁବେଲର୍ ମାପ୍ରୁ ଆରି ଆମ୍କେ ଜାଗିକରି ରଇବା ଲକ୍ମନ୍ ଜେ ଲାଜ୍ ନ ଉଆସ୍, ଏଟା ତମେ ଜାନ୍ସା । 24ବପୁ ରଇଲା ଲକ୍ମନର୍ ଟାନେଅନି ଚରାଇ ରଇବା ଜିନିସ୍ ପତର୍କେ ନିଆ ଜାଇସି , ଆରି ନିମାନ୍ କାମ୍ କରି ବନ୍ଦିଅଇ ରଇବା ଲକ୍ମନ୍କେ କାଇ ମୁକ୍ଲାଇ ଦିଆ ଜାଇସି ? 25ମାତର୍ ସବୁବେଲର୍ ମାପ୍ରୁ ଏନ୍ତାର୍ ବଲିକରି କଇଲାନି , ବପୁର୍ଲାଗି ବନ୍ଦିଅଇ ରଇବା ଲକ୍ମନ୍ ଉଁ ମୁକଲ୍ ବାଇ ଆରି ବଏଁକାର୍ ଲକ୍ମନର୍ ଚରାଇ ରଇବା ଜିନିସ୍ ପତର୍ ମନ୍କେ ମୁକ୍ଲା ଜାଇସି; କାଇକେ ବଇଲେ ତମେ ବିରଦ୍ କାରିଆମନର୍ ସଙ୍ଗେ ମୁଇ ବିରଦ୍ କର୍ବି ଆରି ତମର୍ ପିଲା ଟକିମନ୍କେ ମୁଇଁ ରକିଆ କର୍ବି । 26ଆରି,ମୁଇ ତମର୍ କାରାପ୍କାମ୍ କର୍ତେ ରଇବା ଲକ୍ମନ୍କେ ସେମନର୍ ନିଜର୍ ଗାଗଡର୍ ମାଉଁସ୍ କୁଆବି ଆରି ଅଙ୍ଗୁର୍ ରସ୍ କାଇକରି ମାତ୍ବା ପାରା ସେମନ୍ ନିଜର୍ ବନି କାଇକରି ମାତ୍ବାଇ ; ତେବର୍ ପାଇଁ ମୁଇଁ ଆକା ସବୁବେଲର୍ ମାପ୍ରୁ , ତମର୍ ଉଦାର୍ କାରିଆ ଆରି ତମର୍ ମୁକ୍ତି ଦାତା , ଜାକୁବର୍ ବପୁ କାରିଆ, ଏଟା ସବୁ ଜିବନ୍ ରଇବା ଲକ୍ମନ୍ ଜାନ୍ବାଇ ।


