Select a Verse

ଗିଆନର୍ ଲାବ୍‌

1ଏ ମର୍ ପିଲାମନ୍, ବାବାର୍ ସିକିଆକେ ମାନା ଆରି ନିମାନ୍ କାତା କଇବାଟାକେ ମନ୍‌ଦିଆନ୍ ଦିଆସ୍‌, 2କାଇକେବଇଲେ ମୁଇଁ ତମ୍‌କେ ନିମାନ୍ ସିକିଆ ଦେଲିନି, ମର୍ ଆଦେସ୍‌କେ ପାସ୍‌ରା ନାଇଁ। 3ମୁଇଁ ତର୍ ବାବାର୍ ପିଲା ରଇଲି, ଆରି, ଆୟାର୍‌ ଆଁକି ତେଇ କଅଁଲା ଆରି ଲାଡର୍‌ ପିଲା ରଇଲି । 4ବାବା ମକେ ସିକିଆ ଦେଇ କଇଲା, ତୁଇ ମର୍ କଇଲା କାତାକେ ସବୁବେଲେ ଏତାଆ, ଆରି ମର୍ ଆଦେସ୍‌ ସବୁ ପାଲନ୍ କରା, ତେବେ ତମେ ନିକ ସଙ୍ଗେ ଜିଇସା । 5ଗିଆନ୍ ଅର୍‌ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍‌ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ । 6ତାକେ ଚାଡା ନାଇଁ; ତାର୍‌ପଚେ ସେ ତମ୍‌କେ ପାଲନ୍‌ କର୍‌ସି; ତାକେ ଲାଡ୍‌ କରା, ତାର୍‌ପଚେ ସେ ତମ୍‌କେ ରକିଆ କର୍‌ସି । 7ଗିଆନ୍ ଅଇଲାନି ସବୁଟାନେ ଅନି ବଡ୍, ସେଟାର୍‌ପାଇଁ ଗିଆନ୍ ସିକା, ଆରି, ତମର୍ ସବୁ ମୁଲିଅ ତେଇଅନି ନିମାନ୍ ବାବ୍‌ନା ଅଦିକ୍ ମୁଲିଅ । 8ତାକେ ବସ୍‌ତର୍ ପାରା ପିନ୍ଦା, ସେ ତମ୍‌କେ ସାଉକାର୍ କର୍‌ସି; ତାର୍ ସଙ୍ଗେ ଆଲାଦ୍ ସଙ୍ଗେ ରଇଲେ, ସେ ତର୍ ନାଉଁକେ ଡାକ୍‌ପୁଟା କର୍‌ସି । 9ସେ ତମର୍ ମୁଣ୍ଡେ ଆସିର୍‌ବାଦର୍ ମୁକୁଟ୍ ପିନ୍ଦାଇସି; ସେ ତମ୍‌କେ ସୁନ୍ଦର୍‌ ରଇଲା ମୁକୁଟ୍ ଦେଇସି । 10ଏ ମର୍ ପିଲା, ସୁନ୍, ମର୍ କାତା ଦାର୍; ସେନ୍ତାର୍ ଆଲେ ତର୍ ଆୟୁସ୍ ବଡ୍‌ସି । 11ମୁଇଁ ତକେ ଗିଆନର୍ ବାଟେ ଇଣ୍ଡ୍‌ବାକେ ସିକିଆ ଦେଲିନି, ମୁଇଁ ତକେ ସତ୍‌ବାଟେ ଇଣ୍ଡ୍‌ବା ବିସୟରେ ସିକାଇଲିନି । 12ତମେ ଇଣ୍ଡ୍‌ବା ବେଲେ କାଇ ଦୁକ୍ କସ୍‌ଟ ନ ଆସେ, ଆରି, ପାଲାଇବା ବେଲେ ତମେ ଜୁଟିଆଇ ନ ଉଆସ୍‌ । 13ମର୍‌ ସିକିଆକେ ମନେ ରକି ରୁଆ; ସେଟାକେ ପାସ୍‌ରି ଜାଆ ନାଇଁ; ସେଟାକେ ମାନା; କାଇକେବଇଲେ ସେଟା ଆକା ତମର୍ ଜିବନ୍ । 14କାରାପ୍ ବାଟ୍ ବାଟେ ଜାଆ ନାଇଁ ଆରି ପାପ୍‌ ଲକ୍‌ମନର୍‌ ବାଟ୍ ବାଟେ ଇଣ୍ଡା ନାଇଁ । 15ସେଟାକେ ପାସ୍‌ରି ଜାଆ, ଆରି ସେ ବାଟ୍ ଦେଇ କରି ମିସା ଜାଆ ନାଇଁ; ସେ ବାଟ୍ ଚାଡିଦେଇ ବିନ୍‌ ବାଟେ ଜାଆ । 16କାଇକେବଇଲେ କାରାପ୍ କାମ୍ ନ କଲେ ସେମନ୍‌ ନ ସଅତ୍‌, ଆରି କାକେ ଅନିସ୍‌ଟ ନ କଲେ ସେମନ୍‌କେ ଗୁନ୍ ନ ଆସେ । 17କାଇକେବଇଲେ ସେମନ୍‌ ଦୁସ୍‌ଟ କାମ୍ କର୍‌ବା କାଦି କାଇତେ ରଇବାଇ; ଆରି କାରାପ୍‌ କର୍‌ବା ଅଙ୍ଗୁର୍ ରସ୍ ସେମନ୍ କାଇବାଇ । 18ମାତର୍ ଦରମ୍‌ ଲକର୍‌ ବାଟ୍ ସାକାଲିଆର୍‌ ଉଜଲ୍ ରକାମ୍, ଜନ୍‌ଟାକି ମଇଦାନ୍ ଜାକ ଅଦିକ୍‌ ଅଦିକ୍‌ ଉଜଲ୍ ଅଇସି । 19ମାତର୍ ଦୁସ୍‌ଟମନର୍ ବାଟ୍ ଆନ୍ଦାର୍‌ ପାରା; ସେମନ୍‌ କନ୍ତେଇ ମିସା ଜୁଟ୍‌ଆଇ ଅଇ ଅଦର୍‌ବାଇ, ସେଟା ସେମନ୍ ନାଜାନତ୍ । 20ଏ ମର୍ ପିଲା, ମର୍ କାତାକେ ମନ୍‌ ଦିଆନ୍ ଦେସ୍‌; ମୁଇ କଇବା କାତାକେ କାନ୍ ଡେରି ସୁନ୍‌ । 21ସେଟା ତମର୍ ଆଁକି ଟାନେ ରଅ; ସେଟା ତମର୍ ମନ୍ ବିତ୍‌ରେ ଜତନ୍ କରି ସଙ୍ଗଇ ରୁଆ । 22କାଇକେବଇଲେ ସେଟା ଜନ୍‌ ଲକ୍‌ମନ୍‌ ପାଇବାଇ, ସେମନର୍ ପାଇଁ ସେଟା ଜିବନ୍ ଆରି ସବୁ ତମର୍ ଗାଗଡ୍‌ ନିମାନ୍ ରଇସି। 23ତମର୍ ମନ୍‌କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ । 24ତମେ କୁଟ୍‌ କାତା କଇବାଟା ଚାଡି ଦିଆସ୍, ଆରି ପାଲ୍‌ତୁ କାତା କଇବାଟା ଚାଡି ଦିଆସ୍ । 25ତମର୍ ଆଁକି ଆଗ୍‌ତୁ ଦେକ୍‌ ଆରି ତମର୍ ଆକିମାଟା ସଲ୍‌କେ ଦେକ୍‌ । 26ତମେ ନିଜର୍ ପାଦ୍ ସିଦା କରି ମାଣ୍ଡା ଆରି ତମର୍ ସବୁ ବାଟ୍ ନିକ ଅଅ । 27ଉଜା ବାଟେ କି ଡେବ୍‌ରି ବାଟେ ଜାଆ ନାଇଁ, ଆରି ତମର୍ ପାଦ୍ କାରାପ୍ ତେଇ ଅନି ଦୁରିକେ ରଅ ।